ବଢୁଛି ରାଜନୀତି ମାହୋଲ: ପଟ୍ଟାଙ୍ଗୀରେ ଜମୁଛି ନିର୍ବାଚନୀ ପ୍ରଚାର, ମଇଦାନରେ ବୁଲୁଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ

72

କନକ ବ୍ୟୁରୋ: ବଢୁଛି ରାଜନୀତି ମାହୋଲ । ପଟ୍ଟାଙ୍ଗୀରେ ଜମୁଛି ନିର୍ବାଚନୀ ପ୍ରଚାର । ମଇଦାନରେ ଆରମ୍ଭ ହୋଇଯାଇଛି ତିନି ଦଳ ମଧ୍ୟରେ ଲାଗିଛି ଟକ୍କର । ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏବେ ତେଜୁଛି ରାଜନୀତି । ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ରେ ଚଳିତଥର ବିଜେଡ଼ିର ନୂଆ ମୁହଁ ପ୍ରଫୁଲ୍ଲ ପାଙ୍ଗି ଓ କଂଗ୍ରେସରୁ ରାମ ଚନ୍ଦ୍ର କାଡ଼ାମଙ୍କୁ ଦେଖିବାକୁ ମିଳିଛି । ତା ସହିତ ବିଜେପିରେ ମଧ୍ୟ ନୂଆ ମୁହଁ ଦେଖିବାକୁ ମିଳିଛି । ଦଳ ପକ୍ଷରୁ ଚୈତନ୍ୟ ନନ୍ଦୀବାଲିଙ୍କୁ ପ୍ରାର୍ôଥ କରାଯାଇଛି । ତିନି ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏବେ ସବୁ ଦଳରେ ଗୋଷ୍ଠି କନ୍ଦଳ ଲାଗି ରହିଛି । ସେପଟେ ବିଭିନ୍ନ ମୁଦ୍ଦା ନେଇ ଦଳ ଦଳ ମଧ୍ୟରେ ଭୋଟ୍ ହାତେଇବାକୁ ଘର ଘର ବୁଲି ବୁଲି ପୟାସ ଜାରି ରହିଛି । ତେବେ ଯେଉଁ ଦଳ ଗୋଷ୍ଠୀ କନ୍ଦଳକୁ ଜିତିପାରିବ ସେ ଦଳ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ହାତେଇବ ବୋଲି ଚର୍ଚ୍ଚା ଜୋର୍୍ ଧରିଛି ।

କୋଟିଆକୁ ନେଇ ଏଥର ତିନି ପ୍ରମୁଖ ଦଳ ନିର୍ବାଚନୀ ମୁଦ୍ଦା କରି ରାଜନୀତି ମଇଦାନ ଓହ୍ଲାଇବା ନେଇ ଚର୍ଚ୍ଚା ଜୋର ହେଉଛି । ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି । ରାସ୍ତା, ଘାଟ ପାନୀୟ ଜଳ, ବିଦ୍ୟାଳୟରୁ ନେଇ ଲକ୍ଷ୍ମୀ ବସର ସୁବିଧା ତା ସହିତ ଭତା ମଧ୍ୟ ବୃଦ୍ଧି କରାଯାଇଛି । ଏହିସବୁ ସୁବିଧା କରାଯାଇଥିବା କୁହାଯାଉଥିବା ବେଳେ ସାଧାରଣ ଭୋଟର ମଧ୍ୟ କାହାକୁ ଭୋଯ୍ ଦେବେେ ସେ ନେଇ ବେଶ ସଚେତନ ରହିଛନ୍ତି ।

ଭିନ୍ନ ଭିନ୍ନ ମୁଦ୍ଦା ନେଇ ମଇଦାନରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ପ୍ରସାର ଚାଲିଥିବା ବେଳେ ମଙ୍ଗ କିଏ ଧରିବ ତାହା ଶେଷରେ ଜଣାପଡିବ ।