ଚିକିଟି ବିଧାନସଭା ଆସନରେ ରୋଚକ ଲଢ଼େଇ । ଦୁଇ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଦୁଇ ଭାଇ । ବିଜେପିରୁ ମନୋରଞ୍ଜନ ଓ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ରବୀନ୍ଦ୍ରନାଥ ।

155

କନକ ବ୍ୟୁରୋ: ଚିକିଟି ବିଧାନସଭା ନିର୍ବାଚନ ମଇଦାନରେ ଦୁଇ ଭାଇ । ଜଣେ ବିଜେପି ପ୍ରାର୍ଥୀ, ଜଣେ କଂଗ୍ରେସ ପ୍ରାର୍ଥୀ । ପୂର୍ବତନ ବାଚସ୍ପତି ତଥା ଚିକିଟିର ବରିଷ୍ଠ କଂଗ୍ରେସ ନେତା ଚିନ୍ତାମଣି ଦ୍ୟାନ ସାମନ୍ତରାୟଙ୍କ ଦୁଇ ପୁଅ ନିର୍ବାଚନ ମଇଦାନରେ । ଦୁଇ ପୁଅ ପ୍ରାର୍ଥୀ ହେବା ପରେ ଏବେ ଚିନ୍ତାମଣିଙ୍କ ଭୂମିକା ଉପରେ ରହିଛି ନଜର । ଚିନ୍ତାମଣିଙ୍କ ପୁଅ ମନୋରଞ୍ଜନ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ରବିନ୍ଦ୍ରନାଥ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ମନୋରଞ୍ଜନ ପୂର୍ବରୁ ଦୁଇ ଥର ନିର୍ବାଚନ ଲଢିଥିଲେ ।

୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ପରେ ବିଜେପିରେ ସାମିଲ ହୋଇଥିଲେ । ସେହିପରି ରବିନ୍ଦ୍ର ନାଥ ରାଜନୀତିରେ ନୂଆ । ଚିନ୍ତାମଣି ୧୯୮୦ରେ ସ୍ୱାଧୀନ, ୧୯୮୫ରେ କଂଗ୍ରେସ ଓ ୧୯୯୫ରେ ପୁଣି ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ବିଧାନସଭାର ବାଚସ୍ପତି ମଧ୍ୟ ହୋଇଥିଲେ । ହେଲେ ୨୦୦୯ରେ ଶେଷ ଥର କଂଗ୍ରେସ ଟିକେଟ୍ରେ ନିର୍ବାଚନ ଲଢିବା ପରେ ୨୦୧୪ରେ ପୁଅ ମନୋରଞ୍ଜନଙ୍କୁ ପ୍ରୋଜେକ୍ଟ କରିଥିଲେ । ମନୋରଞ୍ଜନ ଥରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ପରେ ବିଜେପିରେ ସାମିଲ ହୋଇଥିଲେ ।