ବଲାଙ୍ଗୀରରେ ହାଇଭୋଲଟେଜ ପ୍ରଚାର । ପ୍ରାର୍ଥୀଙ୍କୁ ମୈଦାନରେ ବଳ ଯୋଗାଉଛି ପରିବାରର ସାଥ୍ । ସ୍ୱାମୀଙ୍କ ପାଇଁ ପତ୍ନୀ ମାଗୁଛନ୍ତି ଭୋଟ୍

261

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟକ୍ରମ ସେତିକି ଜୋରଦାର ହେଉଛି । କିଏ ସମର୍ଥକଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ତ ଆଉ କେଉଁ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ବଳ ଯୋଗାଉଛି ପରିବାରର ସାଥ୍ । ଏଭଳି କିଛି ରୋଚକ ଚିତ୍ର ଏବେ ଉଷ୍ଣ ନିର୍ବାଚନୀ ମାହୋଲକୁ ବେଶ୍ ସରଗରମ କରିଛି । ବିଶେଷ କରି ବଲାଙ୍ଗିର ଓ ସୁନ୍ଦରଗଡ ନିର୍ବାଚନମଣ୍ଡଳୀରେ ଏହି ରୋଚକ ଚିତ୍ର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି ।

କଳିକେଶ ନାରାୟଣ ସିଂହଦେଓ: ବଲାଙ୍ଗୀର ଲୋକସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୧୮ ତାରିଖରେ ହେବାକୁ ଯାଉଥିବାବେଳେ ବଲାଙ୍ଗିରେରେ ହେବ ନିର୍ବାଚନ । ତେଣୁ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ କଳିକେଶ କରୁଛନ୍ତି ହାଇଭୋଲଟେଜ ପ୍ରଚାର । ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବାବେଳେ କଳିକେଶଙ୍କ ସହ ନଜର ଆସିଥିଲେ ତାଙ୍କ ପତ୍ନୀ ମେଘନା କୁମାରୀ ସିଂହଦେଓ । ଗୋଟିଏପଟେ ଶହ ଶହ ସମର୍ଥକ ଆଗରେ ପଛରେ ନାରା ଦେଇ ପ୍ରଚାର କରୁଥିବାବେଳେ କଳିକେଶଙ୍କ ସହଧର୍ମୀଣି ମଧ୍ୟ ସ୍ୱାମୀଙ୍କ ପାଇଁ ଭୋଟ ମାଗୁଛନ୍ତି ।

ଅର୍କେଶ ସିଂହଦେଓ: ବଲାଙ୍ଗୀରରେ କଳିକେଶ ଓ ତାଙ୍କ ପତ୍ନୀ ପ୍ରଚାର କରୁଥିବାବେଳେ କଳିକେଶଙ୍କ ଭାଇ ଅର୍କେଶଙ୍କୁ ବଲାଙ୍ଗୀର ବିଧାନସଭା ଆସନରୁ ବିଜେଡି ଦେଇଛି ଟିକେଟ ।ଏକ ବିରାଟ ଶୋଭାଯାତ୍ରାରେ ଯାଇ ଅର୍କେଶ ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ସାଙ୍ଗରେ ନଜର ଆସିଥିଲେ ପତ୍ନୀ ଅଦ୍ରେଜା କୁମାରୀ । ସବୁବେଳେ ସବୁକାମରେ ସ୍ୱାମୀଙ୍କୁ ସାଥ ଦେବେ ବୋଲି କହିଛନ୍ତି ଅଦ୍ରେଜା କୁମାରୀ ।

ଜୁଏଲ ଓରାମ: କେନ୍ଦ୍ରମନ୍ତ୍ରୀ ରହିଥିବା ଜୁଏଲ ଓରାମଙ୍କ କ୍ଷେତ୍ରରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ନିଜ ସହଧର୍ମିଣୀଙ୍କ ସହ ମା ସମଲେଶ୍ୱରୀ ମନ୍ଦିରରେ କରିଛନ୍ତି ପୂଜାର୍ଚ୍ଚନା । ଦୀପଧୂପ ଜାଳିବା ସହ ମାଙ୍କ ଆର୍ଶୀବାଦ ନେଇଛନ୍ତି । ସୁନ୍ଦରଗଡ ଲୋକସଭା ଆସନରୁ ବିଜେପି ଟିକଟରୁ ନିର୍ବାଚନ ଲଢୁଛନ୍ତି ଜୁଏଲ ।