କନକ ବ୍ୟୁରୋ: ପଶ୍ଚିମବଙ୍ଗ ଓ ଆସାମ ସମେତ ୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି । ଯେଉଁଥିରେ ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥର ନିର୍ବାଚନରେ ବିଜେପିର ଫୋକସରେ ରହିଛି ପଶ୍ଚିମବଙ୍ଗ । ଯେଉଁ କାରଣରୁ ଖଡଗପୁରରେ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରି ବର୍ଷିଛନ୍ତି ମୋଦୀ । ସେପଟେ ମମତା ବାନାର୍ଜି ମଧ୍ୟ ଆକ୍ରାମଣାତ୍ମକ ହୋଇପଡିଛନ୍ତି ।
ଅନ୍ୟପଟେ ଆସାମରେ ନିର୍ବାଚନୀ ପ୍ରଚାର ବେଳେ ପରସ୍ପରକୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ । ଆସାମର ଚବୁଆରେ ମୋଦୀ ଏବଂ ଡିଗବୋଇରେ ଜନସଭା କରିଛନ୍ତି ରାହୁଲ ଗାନ୍ଧୀ । ଆସାମରେ ଜନସଭାରେ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ ଜଣେ ଚା ବାଲା ହିଁ ଚା ବାଲାଙ୍କ ସମସ୍ୟା ବୁଝିପାରିବ । ନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବା ବେଳେ ଏବେ ପରସ୍ପର ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜନୈତିକ ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/holi-greetings.jpg)