ସଂକ୍ରମଣ ରୋକିବାକୁ ଜାରି ହେଉଛି ନାଇଟ୍ କର୍ଫ୍ୟୁ । ହେଲେ ନିର୍ବାଚନ ପ୍ରଚାରରେ ହେଉଛି ବିଶାଳ ରାଲି । ସମାବେଶରେ ଯୋଗ ଦେଉଛନ୍ତି ହଜାର ହଜାର ଲୋକ ।

Advertisment
ସଂକ୍ରମଣ ରୋକିବାକୁ ଜାରି ହେଉଛି ନାଇଟ୍ କର୍ଫ୍ୟୁ । ହେଲେ ନିର୍ବାଚନ ପ୍ରଚାରରେ ହେଉଛି ବିଶାଳ ରାଲି । ସମାବେଶରେ ଯୋଗ ଦେଉଛନ୍ତି ହଜାର ହଜାର ଲୋକ ।

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣକୁ ଆଖିରେ ରଖି ନାଇଟ୍ କର୍ଫ୍ୟୁ ଜାରି ହୋଇଛି । କୋଭିଡ କଟକଣା ରହିଛି ହେଲେ ରାଜନୈତିକ ସମାବେଶ ଓ ରାଲି ଉପରେ ଏହି କଟକଣା ଲାଗୁ ହେଉ ନାହିଁ । ଏବେ ଦେଶର ୫ଟି ରାଜ୍ୟରେ ନିର୍ବାଚନର ମାହୋଲ । ରାଜନୈତିକ ରାଲି, ସମାବେଶରେ କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ପଶ୍ଚିମବଙ୍ଗ, କେରଳ, ଆସମାରେ କୋଭିଡ କଟକଣାକୁ କେହି ମାନୁ ନାହାନ୍ତି, ପ୍ରଶାସନର ଏଥିପ୍ରତି ନିଘା ନାହିଁ । ଏପଟେ ରାଜ୍ୟରେ ପିପିଲି ଉପ ନିର୍ବାଚନ ପାଇଁ ପ୍ରଚାର ସରଗରମ ଚାଲିଛି । ତେବେ ଜିଲ୍ଲା ପ୍ରଶାସନର ଅନୁମତି ଓ ନିର୍ବାଚନ କମିସନଙ୍କ ଗାଇଡଲାଇନ ଅନୁସାରେ ପ୍ରଚାର ଚାଲିଛି । ବର୍ତମାନ ସ୍ଥିତିରେ ରାଜନୈତିକ ରାଲି ସମାବେଶ ଉପରେ କଟକଣା ଲାଗିବା ଉଚିତ ନା ନାହିଁ ସେ ସଂପର୍କର ବିଶେଷଜ୍ଞ ମତ ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe