ନିର୍ବାଚନ ପ୍ରଚାରରେ ହେଭି ୱେଟ୍ । ଛତିଶଗଡରେ ଗର୍ଜିଲେ ଶାହା, ଆସାମରେ ବିଜେପିକୁ ପ୍ରିୟଙ୍କାଙ୍କ ଟାର୍ଗେଟ୍

Advertisment
ନିର୍ବାଚନ ପ୍ରଚାରରେ ହେଭି ୱେଟ୍ । ଛତିଶଗଡରେ ଗର୍ଜିଲେ ଶାହା, ଆସାମରେ ବିଜେପିକୁ ପ୍ରିୟଙ୍କାଙ୍କ ଟାର୍ଗେଟ୍

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋରଦାର ପ୍ରଚାର । ଛତିଶଗଡ଼ରେ ବିଶାଳ ଜନସଭାରୁ ଆରକ୍ଷଣ ପ୍ରସଙ୍ଗ ଉଠାଇ କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଆସାମରେ ମାଫିଆ ରାଜ ଚାଲିଥିବା କହି ବିଜେପି ସରକାରକୁ ଘେରିଲେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ତୃତୀୟ ଥର କେନ୍ଦ୍ରରେ ମୋଦି ସରକାର ଆସିଲେ ଆରକ୍ଷଣ ହଟାଇଦେବେ ବୋଲି କଂଗ୍ରେସ ଯେଉଁ ଅଭିଯୋଗ ଆଣୁଛି ତାହା ମିଥ୍ୟା । ଆରକ୍ଷଣ ନାଁ କେବେ ହଟିଛି ନା କେବେ ଆଗକୁ ହଟିବ ବୋଲି ଅମିତ୍ ଶାହା କହିଛନ୍ତି । ସେପଟେ ଆସାମରେ ବିଜେପି ସରକାରଙ୍କ ନେତୃତ୍ୱରେ ମାଫିଆ ରାଜ ଚାଲିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହାର ନେତୃତ୍ୱ ନେଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe