କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ତଳମୁହାଁ ହେଉଥିବାରୁ ନିର୍ବାଚନୀ ପାଇଁ ପ୍ରଚାର କଟକଣା କୋହଳ ହୋଇପାରେ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିପାରନ୍ତି ରାଜ୍ୟ ନିର୍ବାଚନ କମିଶନ । କରୋନା ସଂକ୍ରମଣ କମୁଥିବାରୁ ବିଧାନସଭା ନିର୍ବାଚନ ହେଉଥିବା ପାଂଚ ରାଜ୍ୟରେ ପ୍ରଚାର କଟକଣାରେ କୋହଳ କରିଛନ୍ତି ନିର୍ବାଚନ କମିଶନ । ତେଣୁ ରାଜ୍ୟରେ ମଧ୍ୟ ସଂକ୍ରମଣ ତଳମୁହାଁ ହୋଇଥିବାରୁ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ କଟକଣା କୋହଳ କରିବାକୁ ଦାବି ହୋଇଛି । କଟକଣା କୋହଳ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଗ୍ରେସ ଦାବି କରିଛି ।