କନକ ବ୍ୟୁରୋ: ଏପ୍ରିଲ୍ ୧ ତାରିଖ ଦିନ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଅନ୍ତର୍ଗତ ବୋୟାଲ୍ ମତଦାନ କେନ୍ଦ୍ର ଜବରଦଖଲ ହୋଇଥିବା କଥା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲେଖିଥିବା ପତ୍ରର ଉତ୍ତର ଦେଇଛନ୍ତି ନିର୍ବାଚନ କମିସନ୍ । ସେ କହିଛନ୍ତି ଯେ, ମମତାଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତଲିଖିତ ଅଭିଯୋଗ ତଥ୍ୟଗତ ଭାବେ ତ୍ରୁଟିପୂର୍ଣ୍ଣ ବୋଲି ସେ କହିଛନ୍ତି । ଏଥିସହ ଏଥିରେ କୌଣସି ଗୁରୁତ୍ୱ ନାହିଁ ବୋଲି କହିବା ସହ ନିର୍ବାଚନ କମିସନ କହିଛନ୍ତି ଯେ,ଏହା ଆଦର୍ଶ ଆଚରଣ ବିଧି ଓ ଜନ ପ୍ରତିନିଧି ଆଇନ ଉଲ୍ଲଂଘନ କରୁଛି।
ମମତାଙ୍କ ଅଭିଯୋଗ ସଂକ୍ରାନ୍ତରେ ସ୍ପେଶାଲ ଅବ୍ଜରଭର୍ ଅଜୟ ନାୟକ ଏବଂ ବିବେକ ଦୁବେ ନିର୍ବାଚନ କମିସନକୁ ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ। ସ୍ପେଶାଲ ଅବଜରଭର୍ ଏବଂ ବିଭିନ୍ନ ସ୍ତରରେ ଥିବା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ନିର୍ବାଚନ କମିସନ୍ କହିଛନ୍ତି ଯେ, ବାହାର ଲୋକ, ବନ୍ଧୁକ କିମ୍ବା ଗୁଣ୍ଡାମାନେ ଉପରୋକ୍ତ ବୁଥ୍ ଜବର ଦଖଲ କରିଥିବା କଥା କୌଣସି ଠାରେ ଉଲ୍ଲେଖ ନାହିଁ।
ନିର୍ବାଚନ କମିସନ୍ ଆହୁରି ମଧ୍ୟ କହିଛନ୍ତି ଯେ, ବୋୟାଲ୍ ମତଦାନ କେନ୍ଦ୍ରରେ ମୁତୟନ ହୋଇଥିବା ‘ବିଏସ୍ଏଫ୍’ ଯବାନଙ୍କ ବିରୋଧରେ ହୋଇଥିବା ଅଭିଯୋଗର ମଧ୍ୟ କୌଣସି ସତ୍ୟତା ନାହିଁ। ‘ବିଏସଏଫ୍’ ଯବାନମାନେ ବୁଥ୍ ଭିତରେ ପଶି ଲୋକମାନଙ୍କୁ ଭୋଟ୍ ଦେବାରୁ ବଞ୍ଚିତ କରାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/35-1.jpg)