ଭୋଟ୍ ଦେବାର ୪୮ଘଣ୍ଟା ପୂର୍ବରୁ ସମସ୍ତ ପ୍ରକାରର ନିର୍ବାଚନୀ, ରାଜନୈତିକ ବିଜ୍ଞାପନ ଉପରେ ରୋକ୍ ଲଗାଯାଉ : ନିର୍ବାଚନ କମିଶନ

Advertisment
ଭୋଟ୍ ଦେବାର ୪୮ଘଣ୍ଟା ପୂର୍ବରୁ ସମସ୍ତ ପ୍ରକାରର ନିର୍ବାଚନୀ, ରାଜନୈତିକ ବିଜ୍ଞାପନ ଉପରେ ରୋକ୍ ଲଗାଯାଉ : ନିର୍ବାଚନ କମିଶନ

SOURCE : NDTV.com

ନିର୍ବାଚନ ଆୟୋଗ ସରକାରଙ୍କ ଠାରୁ ଭୋଟ୍ ଦେବାର ୪୮ଘଣ୍ଟା ପୂର୍ବରୁ ଡିଜିଟାଲ ଓ ପ୍ରିଣ୍ଟ ମିଡିଆରେ ନିର୍ବାଚନ ଓ ରାଜନୈତିକ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିଛି । ଏଥିପାଇଁ ଆୟୋଗ ଆଇନ ମନ୍ତ୍ରାଳୟରୁ ଜନ ପ୍ରତିନିଧିତ୍ୱ ଆଇନର ଧାରା ୧୨୬ରେ ସଂଶୋଧନର ଦାବି କରିଛି । ଏହା ଜରିଆରେ ନିର୍ବାଚନ ଆୟାଗର ଉଦ୍ଦେଶ୍ୟ ଏହା ଯେ, ଭୋଟ୍ ର ଶେଷ ୪୮ ଘଣ୍ଟା ପୂର୍ବରୁ ଏମିତି ବିଜ୍ଞାପନ ଉପରେ ରୋକ୍ ଲଗାଇବା ଦ୍ୱାରା ଭୋଟରଙ୍କ ଉପରେ ପଡୁଥିବା ପ୍ରଭାବକୁ ରୋକାଯାଇପାରିବ ।

publive-image

ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲେଖିଥିବା ଚିଠିରେ ଆୟୋଗ କହିଛି କି, ଲୋକସଭା ନିର୍ବାଚନ ଓ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡିଶା ଓ ସିକିମ୍ ବିଧାନସଭାର ନିର୍ବାଚନ ଶୀଘ୍ର ହେବ । ଯେବେକି ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡିଶା, ସିକିମ୍ ବିଧାନସଭାର କାର୍ଯ୍ୟକାଳ କ୍ରମଶଃ ୧୮ ଜୁନ୍, ୧ ଜୁନ୍, ୧୧ ଜୁନ୍ ଓ ୨୭ ମେ କୁ ଶେଷ ହେଉଛି । ନିର୍ବାଚନ ଆୟୋଗ ପାଇଁ ଲୋକସଭା ନିର୍ବାଚନ କିମ୍ବା ବିଧାନସଭା ନିର୍ବାଚନ ପାଇଁ ଏହି ପ୍ରକାରର ନିର୍ଦ୍ଦେଶ ଜାରି କରିବା ସାଧାରଣ କଥା, କାହିଁକିନା ଏହା ସୁନିଶ୍ଚିତ କରାଯାଇପାରିବ କି, ଅଧିକାରୀ କୌଣସି ବି ପ୍ରକାରର ନିର୍ବାଚନ ପ୍ରକ୍ରିୟାରେ ଦଖଲ ନଦିଅନ୍ତୁ ଏବଂ ନିର୍ବାଚନ ସ୍ୱତନ୍ତ୍ର ଏବଂ ବିନା ପକ୍ଷପାତରେ ସଂପନ୍ନ ହେଉ । ଯେଉଁ ଅଧିକାରୀଙ୍କ ବିରୁ୍ଦ୍ଧରେ ଅତୀତରେ ନିର୍ବାଚନରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନର ସୁପାରିଶ କରିଥିଲେ, ତାଙ୍କୁ ନିର୍ବାଚନ ସମ୍ବନ୍ଧୀ କାର୍ଯ୍ୟରେ ନିଆଯିବ ନାହିଁ । ଆୟୋଗ ଏହା ବି କହିଛି କି ଯେଉଁ ଅଧିକାରୀଙ୍କ ବିରୁଦ୍ଧରେ ଅଦାଲତରେ ଅପରାଧିକ ମାମଲା ଅଛି, ତାଙ୍କୁ ନିର୍ବାଚନୀ କାମରେ ଲଗାଯିବା ଉପରେ ରୋକ୍ ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe