ନିର୍ବାଚନ ଲଢିବେ ଓମାର ଅବଦୁଲ୍ଲା ,ଜାଣନ୍ତୁ କେଉଁ ଆସନରୁ କରିବେ ପ୍ରତିନ୍ଦ୍ୱନ୍ଦିତା ।

Advertisment

ଆଉ କିଛି ଦିନ ପରେ ଜମ୍ମୁ କାଶ୍ମିରୀର ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ସବୁଠି ଭାରି ମତ ଦେଖିବାକୁ ମିଳୁଛି ।

ଆଉ କିଛି ଦିନ ପରେ ଜମ୍ମୁ କାଶ୍ମିରୀର ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ସବୁଠି ଭାରି ମତ ଦେଖିବାକୁ ମିଳୁଛି ।

jamukashmir

କନକବ୍ୟୁରୋ: ଆଉ କିଛି ଦିନ ପରେ ଜମ୍ମୁ କାଶ୍ମିରୀର ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ସବୁଠି ଭାରି ମତ ଦେଖିବାକୁ ମିଳୁଛି । ୩ଟି ପର୍ଯ୍ୟାୟରେ ହେବ ଜମ୍ମୁ କାଶ୍ମିର ୯୦ଟି ଆସନର ମତଦାନ ହେବ । ସେପ୍ଟେମ୍ବର ୧୮ ତାରିଖରେ ମତଦାନ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ପଯ୍ୟାୟ ମତଦାନ ହେବାକୁ ଅଛି । ଏହାରି  ଭିତରେ ତୃତୀୟ ପର୍ଯ୍ୟାୟ ମତଦାନ ଅକ୍ଟୋବର ୧ ତାରିଖରେ ନିର୍ବାଚନ ହେବ । ଏହାର ଫଳାଫଳ ଅକ୍ଟୋବର ୪ ତାରିଖରେ  ପ୍ରକାଶ ପାଇବାକୁ ଥିବାବେଳେ ଏବେ ଏହାର ନିର୍ବାଚନ ବୈତରଣୀ ପାର କରିବା ପାଇଁ ଆରମ୍ଭ ହୋଇଛି ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଅଙ୍କକଷା । ଏହାରି ଭିତରେ ଜମ୍ମୁକାଶ୍ମିରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବିଧାନସଭା ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦିତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗାଣ୍ତରବାଲା ଆସନରୁ ନିର୍ବାଚନ ପ୍ରତିନିଧିତ୍ୱ କରିବେ ।

ରବିବାର ଦିନ ନ୍ୟାସନାଲ କନ୍ଫରେନ୍ସ ସାଂସଦ ସୟଦ ରୁହାଲ୍ଲା ମେହେନ୍ଦି ଦଳର ନେତା ନାସିର ଅସଲମ ଓାନି ଏବଂ ଅନନ୍ତନାଗ – ରାଜୌରୀ ସାଂସଦ ମିଁଆ ଅଲତଫ ଅହମ୍ମଦଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା ।  କିନ୍ତୁ ଏହା ଆଗରୁ ସେ ଘୋଷଣା କରିଥିଲେ ଯେ ସେ ନିର୍ବାଚନ ଲଢିବେ ନାହିଁ । ସେ କହିଥିଲେ ଯେ ପଯ୍ୟନ୍ତ ଜମ୍ମୁକାଶ୍ମିରୀ ଯେ ଯାଏଁ କେନ୍ଦ୍ରଶାସିତ ଅଂଚଳ ହୋଇବ ନାହିଁ ସେ ଯାଏଁ ସେ ନିର୍ବାଚନ ଲଢିବେ ନାହିଁ । କିନ୍ତୁ ଏବେ ସେ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe