କନକ ବ୍ୟୁରୋ : ୫୦ ଦିନ ପରେ ଜଗଦୀପ ଧନଖଡଙ୍କ ସ୍ଥାନରେ ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି । ସଂସଦ ଭବନ ପରିସରରେ ମଙ୍ଗଳବାର ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳ ଘୋଷଣା କରାଯିବ । ମୈଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ବନାମ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ । ତାମିଲନାଡ଼ୁର ରାଧାକ୍ରିଷ୍ଣନ ଜଣେ ପୋଖତ୍ ରାଜନେତା ତଥା ମହାରାଷ୍ଟ୍ର ରାଜ୍ୟପାଳ ହୋଇଥିବା ବେଳେ, ତେଲେଙ୍ଗାନାର ସୁଦର୍ଶନ ରେଡ୍ଡୀ ଜଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏବଂ ଅଣରାଜନୈତିକ ବ୍ୟକ୍ତି । 

Advertisment

ସଂଖ୍ୟାଗଣିତରେ ଏନ୍‌ଡିଏ ଆଗରେ
ଖେଳ ବିଗାଡ଼ିବେ କି ଅସନ୍ତୁଷ୍ଟ ? 
ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦ ହିଁ ଭୋଟ ଦେଇପାରିବେ । 

କ’ଣ କହୁଛି ନମ୍ବର ଗେମ୍‌? 
ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦେଇପାରିବେ ୭୮୮ ସାଂସଦ
ଏବେ ଖାଲିପଡ଼ିଛି ୭ ଆସନ, ଅର୍ଥାତ ୭୮୧ ସାଂସଦ ଭୋଟଦେଇପାରିବେ
ବିଜେଡି ୭ ଓ ବିଆର୍‌ଏସ୍‌ର ୪ ସାଂସଦ ଭୋଟ ଦେବେ ନାହିଁ
ଏଭଳି ସ୍ଥିତିରେ ୭୭୦ ସଦସ୍ୟ ଭୋଟ ଦେବେ
ବିଜୟ ପାଇଁ ଆବଶ୍ୟକ ୩୮୬ ଭୋଟ୍
ଏନ୍‌ଡିଏ ପାଖରେ ଅଛନ୍ତି ୪୨୭ ସାଂସଦ
ଇଣ୍ଡି ମେଣ୍ଟ ପାଖରେ ଅଛନ୍ତି ୩୫୪
ଏଭଳି ସ୍ଥିତିରେ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ ବୋଲି କୁହାଯାଉଛି । ତଥାପି  ନିର୍ବାଚନରେ ଦଳୀୟ ହ୍ବିପ୍ କାମ କରୁନଥିବାରୁ କ୍ରସ୍ ଭୋଟିଂ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ତେବେ ସମସ୍ତଙ୍କ ନଜର ରହିଛି ଅବିଭକ୍ତ ଆନ୍ଧ୍ର ଓ ତାମିଲନାଡୁର ରାଜନୈତିକ ଦଳଗୁଡିକ ଉପରେ । କାରଣ ଉଭୟ ପ୍ରାର୍ଥୀ ଦକ୍ଷିଣରୁ ହୋଇଥିବାରୁ କଡା ଟକ୍କର ହେବା ଅନୁମାନ ।