କନକ ବ୍ୟୁରୋ : ରାଜ୍ୟର ସବୁଠୁ ଚର୍ଚ୍ଚିତ ଆଉ ସମ୍ବ୍ରାନ୍ତ କ୍ଲବ୍ ଭୁବନେଶ୍ୱର କ୍ଲବ୍ ପାଇଁ ଆରମ୍ଭ ହୋଇଯାଇଛି ପତିଆରାର ଲଢେଇ । ଭୁବନେଶ୍ୱର କ୍ଲବର ସଭାପତି କିଏ ହେବ, କାଲି ହେବ ବାଲଟ ଭୋଟିଂ । କ୍ଲବ ସଭାପତି ରେସରେ ଅଛନ୍ତି ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପ୍ରଦୀପ ଜେନା । ଯେଉଁଠି ଏହି ଦୁଇ ଆଇଏଏସଙ୍କ ଗୋଷ୍ଠୀ ମୁହାଁମୁହିଁ ହେବେ । ପୂର୍ବରୁ ଅସିତ ତ୍ରିପାଠୀ ଭୁବନେଶ୍ବର କ୍ଲବର ଲଗାତାର ୩ ଥର ସଭାପତି ରହିସାରିଛନ୍ତି । ଅସିତ ତ୍ରିପାଠୀ ନିଜ ପୂର୍ବ ଉପଲବ୍ଧିକୁ ଦର୍ଶାଇ ପୁଣି ନିର୍ବାଚନ ରେସକୁ ଓହ୍ଲାଇଛନ୍ତି । 

Advertisment

ଅନ୍ୟପଟେ ପ୍ରଦୀପ ଜେନା ପ୍ରଥମ ଥର ପାଇଁ ଭୁବନେଶ୍ୱର କ୍ଲବର ସଭାପତି ହେବାକୁ ମୈଦାନକୁ ଓହ୍ଲାଇଛନ୍ତି । ପ୍ରଦୀପଙ୍କ ସ୍ଲୋଗାନ୍ ରହିଛି ଭୋଟ୍ ଫର୍ ଚେଞ୍ଜ୍ । ହେଲେ ପ୍ରଦୀପଙ୍କ ସ୍ଲୋଗାନକୁ କ୍ଲବର ସଦସ୍ୟମାନେ କେତେ ଗ୍ରହଣ କରୁଛନ୍ତି, ନା ପୁଣି ଅସିତଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି  ତା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟର ଏହି ପ୍ରତିଷ୍ଠିତ କ୍ଲବରେ ମୋଟ ୨୩୨୧ ଜଣ ବୈଧ ଭୋଟର ରହିଛନ୍ତି । ଆଜି  ଅନଲାଇନରେ ଭୋଟିଂ ହୋଇଛି । ଯେଉଁ ଭୋଟରମାନେ ଭୁବନେଶ୍ୱର ବାହାରେ ରହୁଛନ୍ତି, ସେମାନେ ଅନଲାଇନରେ ଭୋଟଦେଇଛନ୍ତି । କାଲି ଅଫ ଲାଇନରେ ଭୋଟ  ହେବ ।