କନକ ବ୍ୟୁରୋ : ଆଜି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦଦେଲେ ନବୀନ ପଟ୍ଟନାୟକ । ନିଜର ନିଆରା ଓ ଭିନ୍ନ ରାଜନୀତି ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ନବୀନ ଏଥର ନିଜ ଜନ୍ମଦିନକୁ ଭିନ୍ନ ଢ଼ଙ୍ଗରେ ପାଳନ କରିବେ । ପାଖାପାଖଇ ୬ ମାସ ବ୍ୟବଧାନ ପରେ ସେ ସର୍ବସାଧାରଣ କାର୍ଯ୍ୟକ୍ରମରେ ସାମିଲ ହେବେ । ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦଳୀୟ ପଦଯାତ୍ରାରେ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ । 

Advertisment

୭୯ ବର୍ଷରେ ପାଦଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଦଳୀୟ ପଦଯାତ୍ରାରେ ସାମିଲ ହୋଇ କର୍ମୀଙ୍କୁ କରିବେ ଉତ୍ସାହିତ
୨୫ରୁ ଅଧିକ ବର୍ଷ କ୍ଷମତାରେ ରହି ଯୋଗାଇଛନ୍ତି ସେବା
୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନଙ୍କ ଜନ୍ମ
୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଲୋକସଭା ନିର୍ବାଚନ ଲଢ଼ିଥିଲେ  
ପରବର୍ତ୍ତୀ ସମୟରେ ବିଜେଡି ଗଠନ ପରେ ସେ ସଭାପତି ହେଲେ
୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ଶାସନକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ 
୨୪ ବର୍ଷ ଲଗାତାର ମୁଖ୍ୟମନ୍ତ୍ରୀ ପଦବୀରେ ରହି ରେକର୍ଡ ସ୍ଥାପନ କରିଛନ୍ତି
ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ସେ ଦେଶରେ ଦ୍ବିତୀୟ ମୁଖ୍ୟମନ୍ତ୍ରୀ