କନକ ବ୍ୟୁରୋ : ନୂଆପଡା ଉପନିର୍ବାଚନକୁ ନେଇ ସରଗରମ ରାଜନୀତି । ଆଜି ଘୋଷଣା ହୋଇପାରେ ବିଜେପି,ବିଜେଡି ପ୍ରାର୍ଥୀଙ୍କ ନାଁ । ବିଜେପିରୁ ଜୟ ପ୍ରାର୍ଥୀ ହେବା ଆପାତତଃ ଚୂଡାନ୍ତ , ଦିଲ୍ଲୀ ମୋହରକୁ ଅପେକ୍ଷା । ସେପଟେ ଦଳୀୟ ପ୍ରାର୍ଥୀ କିଏ ହେବ, କାର୍ଡ ଖୋଲିନାହାନ୍ତି ନବୀନ । ଆଜି ନୂଆପଡା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ଗତକାଲି ନବୀନ ନୀବାସରେ ଗୂରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ପ୍ରାର୍ଥୀ ଚୟନ ହୋଇସାରିଥିବା ନେଇ ସୂଚନା ମିଳିଛି, କିନ୍ତୁ ଆଜି ଦଳ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯିବ ।
ଆସନ୍ତା ୧୬ ତାରିଖରେ ବିଜେପି ନୂଆପଡାରେ ନାମାଙ୍କନ ସହ ବିଶାଳ ସମାବେଶ ଓ ରୋଡ ସୋ ଜରିଆରେ ଶକ୍ତି ପ୍ରଦର୍ଶନ କରିବ। ଯାହାର ମୋର୍ଚ୍ଚା ସମ୍ଭାଳିବେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦଳୀୟ ପ୍ରାର୍ଥୀ ବାଛିବାକୁ ଜୋରଦାର କସରତ କରୁଛନ୍ତି ବିଜେଡିର ଶୀର୍ଷ ନେତୃତ୍ବ । ରିପୋର୍ଟ ଆଧାରରେ ମନୋଜ ମିଶ୍ର ଓ ତାରେଶ୍ବରୀ ସାହୁଙ୍କ ମଧ୍ୟରୁ ଜଣଙ୍କ ନାଁରେ ମୋହର ମାରିବେ ନବୀନ । କୁହାଯାଉଛି ଘାସିରାମ ମାଝୀ ଓ ଜୟ ଢୋଲକିଆ ନୂଆପଡାର ହୋଇଥିବାରୁ କୋମନା କାର୍ଡ ଖେଳିବ ଦଳ । ଅନ୍ୟପଟେ ନୂଆପଡାରେ ମିଶ୍ରଣ ପର୍ବ କରି କଂଗ୍ରେସର ହାତକୁ ମଜବୁତ କରୁଛନ୍ତି ଭକ୍ତ । ଘରକୁ ଘର ବୁଲି ଘାସିରାମ ପ୍ରଚାର କରିବା ସହ କଂଗ୍ରେସ ପାଇଁ ଭୋଟ ମାଗିଛନ୍ତି ।