କନକ ବ୍ୟୁରୋ : ଉତ୍କଳ ବିଶ୍ବବିଦ୍ୟାଳୟର କ୍ୟାମ୍ପସରୁ ଅଣଛାତ୍ରଙ୍କୁ ବାହାର କରିବା ପରେ ଲାଗି ରହିଛି ଉତ୍ତେଜନା । ଅଣଛାତ୍ର ହଟାଇବା ଆଳରେ ଛାତ୍ରମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଆଣି ଭିସି ଅଫିସ ଘେରାଉ କରିଛନ୍ତି ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଓ ପୁରାତନ ଛାତ୍ର । ବିଶ୍ବବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବା ସହ ମିସନ୍ ଅଲ ଆଉଟ୍ କରିବାକୁ ଦାବି କରିଛନ୍ତି ଛାତ୍ର । ଏଥିସହ ଜବରଦଖଲ ଉଚ୍ଛେଦ, ଭଡ଼ାରେ ଲାଗିଥିବା କ୍ବାର୍ଟର୍ସକୁ ଖାଲି କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଛାତ୍ରଙ୍କ ଦାବି ପୂରଣ ସହ ବିଶ୍ବବିଦ୍ୟାଳୟରେ ମିସନ୍ ଅଲ ଆଉଟ୍ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଭିସି ।
କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିବାବେଳେ ବିଶ୍ବବିଦ୍ୟାଳୟର କିଛି କର୍ମଚାରୀ କ୍ୟାମ୍ପସରେ ମେହେନ୍ଦି ପାର୍ଟି କରିଥିବା ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି ଅସନ୍ତୁଷ୍ଟ ଛାତ୍ର । ମେହେନ୍ଦି ପାର୍ଟି କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ତେବେ ଏହାର ତଦନ୍ତ ଚାଲିଛି ଓ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କୁଳ ସଚିବ ।
ଗତକାଲି ୧୦ ପ୍ଲାଟୁନ ପୁଲିସ ଉପସ୍ଥିତିରେ ଛାତ୍ରାବାସରେ ରହୁଥିବା ଅଣଛାତ୍ରଙ୍କ ରୁମ ଉପରେ ଚଢ଼ାଉ ହୋଇଥିଲା । ୨ଶହରୁ ଅଧିକ ରୁମର ତାଲା ଭାଂଗି ଭିତରେ ଥିବା ଜିନିଷପତ୍ରକୁ ବାହାରେ ଫୋପାଡି ଦେଇଥିଲେ କର୍ତ୍ତୃପକ୍ଷ । ରୁମରେ ନୂଆ ତାଲା ପକାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/09/50-2025-09-09-19-45-32.jpg)