କନକ ବ୍ୟୁରୋ : ନିକଟରେ ୨୮ଟି ନୂଆ ଏନ୍ଏସିରେ ମୋହର ମାରିଛନ୍ତି ସରକାର । ଆହୁରି ଅନେକ ଅଞ୍ଚଳ ଏବେ ବି ଏନ୍ଏସି ରେସ୍ରେ ରହିଛନ୍ତି । ସରକାରଙ୍କ ଉପରେ ଚାପ ପକାଇବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଛି ଆନ୍ଦୋଳନ । ଏସବୁ ଭିତରେ ଗୋଟିଏ ପାଦ ଆଗକୁ ଯାଇ ବଡ଼ ସଂକେତ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ସୁରେଶ ପୂଜାରୀ କହିଛନ୍ତି, ଏବେ ଏନ୍ଏସି କଲୁ । ଆଗକୁ ପଞ୍ଚାୟତ, ଜିଲ୍ଲା ଓ ସବ୍ଡିଭିଜନ ବିଭାଜନ ହେବ । ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଭଳି ବଡ଼ ଜିଲ୍ଲା ଅଛି । କେଉଁଟା ଆଗ କରିବୁ, କେଉଁଟା ପଛେ କରିବୁ ସେନେଇ ବିଜେଡିର ପରାମର୍ଶ ଲୋଡ଼ା ନାହିଁ । ଏଭଳି କହି ନୂଆ ଜିଲ୍ଲା ଗଠନ ଦାବିକୁ ବଳ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
ରାଜ୍ୟରେ ନୂଆ ଜିଲ୍ଲା ଗଠନ ଦାବି ବେଶ୍ ପୁରୁଣା । ପୂର୍ବ ସରକାର ସମୟରେ ୨୮ ନୂଆ ଜିଲ୍ଲା ପାଇଁ ଦାବି ହୋଇଥିଲା । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ପରେ ଅନ୍ୟ ଅଞ୍ଚଳରେ ତେଜିଥିଲା ପ୍ରତିବାଦ । ହାଇକୋର୍ଟଙ୍କ ଛାଟ ବାଜିବା ପରେ ଜିଲ୍ଲା ଘୋଷଣାରେ ଲାଗିଥିଲା ବ୍ରେକ୍ । ଏବେ ବିଜେପି ସରକାର ନୂଆ ଜିଲ୍ଲା ପାଇଁ ଅଣ୍ଟା ଭିଡ଼ୁଥିବା ବେଳେ ହାଇକୋର୍ଟଙ୍କ ଅନୁମତି ନେଇଛନ୍ତି କି? ନୂଆ ଏନ୍ଏସି ଓ ମ୍ୟୁନିସିପାଲିଟି ମୁଆଁ ଖୁଆଇ ନୂଆ ଜିଲ୍ଲା ଦାବିକୁ କିଛି ମାତ୍ରାରେ ପ୍ରଶମିତ କରିଛନ୍ତି ସରକାର । ହେଲେ ପ୍ରଶ୍ନ ଉଠୁଛି, ନୂଆ ଜିଲ୍ଲା ଗଠନ କେବେ କରିବେ ସରକାର?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/02/37-2025-09-02-19-41-00.jpg)