ଜମିବ ନୂଆପଡ଼ା ନିର୍ବାଚନ, ଘୋଷଣା ହେଲା ତାରିଖ

Advertisment

ଏସବୁ ଭିତରେ କୌଣସି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ନୂଆପଡା ପ୍ରଚାର ମୈଦାନକୁ ଓହ୍ଳାଇଛନ୍ତି ଆଶାୟୀ ପ୍ରାର୍ଥୀ । ସହଯୋଗୀଙ୍କୁ ଧରି ଗାଁକୁ ଗାଁ ବୁଲିଲେଣି ।

ଏସବୁ ଭିତରେ କୌଣସି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ନୂଆପଡା ପ୍ରଚାର ମୈଦାନକୁ ଓହ୍ଳାଇଛନ୍ତି ଆଶାୟୀ ପ୍ରାର୍ଥୀ । ସହଯୋଗୀଙ୍କୁ ଧରି ଗାଁକୁ ଗାଁ ବୁଲିଲେଣି ।

41

କନକ ବ୍ୟୁରୋ : ନୂଆପଡା ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । ଘୋଷଣା ହେଲା ତାରିଖ, ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହେଲା ଅଙ୍କକଷା । ବିହାର ନିର୍ବାଚନ ସହ ନୂଆପଡା ଉପ-ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ନଭେମ୍ବର ୧୧ ତାରିଖରେ ନୂଆପଡା ଉପ-ନିର୍ବାଚନ ପାଇଁ ଭୋଟ ପଡିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଏସବୁ ଭିତରେ କୌଣସି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ନୂଆପଡା ପ୍ରଚାର ମୈଦାନକୁ ଓହ୍ଳାଇଛନ୍ତି ଆଶାୟୀ ପ୍ରାର୍ଥୀ । ସହଯୋଗୀଙ୍କୁ ଧରି ଗାଁକୁ ଗାଁ ବୁଲିଲେଣି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ନୂଆପଡା ଗସ୍ତରୁ ଫେରିବା ପରେ ବିଜେପି ଶିବିର ବେଶ ଉତ୍ସାହିତ । ପିସିସି ସଭାପତିଙ୍କ ନେତୃତ୍ବରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ସହ ବିଜୟୀ ପାଇଁ ଆଶାବାଦୀ ରହିଛି । ଅନ୍ୟପଟେ ବିଜେଡି ପକ୍ଷରୁ କୌଣସି ଶୀର୍ଷ ନେତୃତ୍ବ ପ୍ରଚାର ମୈଦାନକୁ ଓହ୍ଲାଇନଥିବା ବେଳେ ଜୟ ଢୋଲକିଆ ନିଜସ୍ବ ଢଙ୍ଗରେ ଲୋକଙ୍କ ଗହଣକୁ ଯିବା ଆରମ୍ଭ କରିଛନ୍ତି । 

ନୂଆପଡା ଉପ-ନିର୍ବାଚନ : କେବେ କଣ? 
ବିଜ୍ଞପ୍ତି ପ୍ରକାଶ : ୧୩ ଅକ୍ଟୋବର
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ : ୨୦ ଅକ୍ଟୋବର
ପ୍ରାର୍ଥୀପତ୍ର ଯାଞ୍ଚ : ୨୨ ଅକ୍ଟୋବର 
ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ : ୨୪ ଅକ୍ଟୋବର
ଭୋଟଗ୍ରହଣ : ୧୧ ନଭେମ୍ବର
ଭୋଟଗଣତି : ୧୪ ନଭେମ୍ବର 
କେମିତି ହେବ ନୂଆପଡା ଉପନିର୍ବାଚନ?
ନୂଆପଡାରେ ୨ ଲକ୍ଷ ୪୮ ହଜାର ୨୩୫ ଜଣ ଭୋଟର କରିବେ ମତଦାନ
ମୋବାଇଲ ରଖି ଭୋଟ ଦେବେ ଭୋଟର
ବୁଥ୍ ଭିତରକୁ ମୋବାଇଲ ନେଇପାରିବେନି ଏଜେଣ୍ଟ
ବୟସ୍କଙ୍କ ପାଇଁ ଘରେ ଭୋଟ ଦେବାକୁ ବ୍ୟବସ୍ଥା ରହିବ
ସମସ୍ତ ପ୍ରାର୍ଥୀ ନିଜ ନାଁରେ ଥିବା ଅପରାଧିକ ମାମଲା ବାବଦରେ ୩ଥର ସୂଚନା ଦେବେ 
ମୋଟ ୩୫୮ଟି ମତଦାନ କେନ୍ଦ୍ରରେ ପଡିବ ଭୋଟ
ରିଅଲ ଟାଇମ ସିଷ୍ଟମରେ ୱେବ୍ କାଷ୍ଟିଂ କରାଯିବ 
ବାଇଟ : ଆର ସନ୍ଥ ଗୋପାଳନ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ 
ନୂଆପଡା ଉପ-ନିର୍ବାଚନକୁ ନେଇ ତାରିଖ ଘୋଷଣା ଭିତରେ ଆଶାୟୀ ପ୍ରାର୍ଥୀ ଦଳର ବିଜୟ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe