କନକ ବ୍ୟୁରୋ: ଦୀର୍ଘ ଦିନ ପରେ ନବୀନ ନିବାସକୁ ଆସିଛନ୍ତି ବିଜୁ ବାବୁଙ୍କ ବଡ଼ ପୁଅ ତଥା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ। ନବୀନ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବା ପରେ ପ୍ରେମ ପଟ୍ଟନାୟକ, ତାଙ୍କୁ ଭେଟିବାକୁ ଆସିଥିବା କୁହାଯାଉଛି । ତେବେ ହଠାତ ସେ କାହିଁକି ଆସିଛନ୍ତି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କେବଳ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ଆସିଛନ୍ତି ନା ଆଉ କିଛି କାରଣ ରହିଛି ସେ ନେଇ ଜୋର୍ ଧରିଛି ଚର୍ଚ୍ଚା ।
ନବୀନଙ୍କ ସର୍ଭାଇକାଲ୍ ଆର୍ଥ୍ରାରାଇଟିସ୍ ଅସ୍ତ୍ରୋପଚାର ସମୟରେ ମୁମ୍ବାଇକୁ ଯାଇ ହସ୍ପିଟାଲରେ ଭେଟିଥିଲେ ପ୍ରେମ ପଟ୍ଟନାୟକ । ତାଙ୍କ ଚିକିତ୍ସା ସମ୍ବନ୍ଧୀୟ ଟିକନିଖ କଥା ବୁଝିଥିଲେ। ତା’ପରେ ଭିଡିଓ ବାର୍ତ୍ତା ଜାରି କରି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତଥ୍ୟ ଦେଇଥିଲେ ।
ପ୍ରେମ ପଟ୍ଟନାୟକ ନବୀନ ନିବାସ ଆସିବା ପରେ ରାଜନୈତିକ ଶିବିରରେ ଆରମ୍ଭ ହୋଇଯାଇଛି ଭିନ୍ନ ଭିନ୍ନ ଚର୍ଚ୍ଚା । କିଏ କହୁଛି ଭାଇଙ୍କ ସହ ଆଲୋଚନା କରି ଉତ୍ତରାଧିକାରୀ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ନବୀନ । ରାଜ୍ୟ ଓ ଜାତୀୟ ରାଜନୀତିରେ ବିଜେଡିର ଆଭିମୁଖ୍ୟ ନେଇ ମଧ୍ୟ ଆଲୋଚନା ହୋଇପାରେ । ଆଲୋଚନା ଭିତରେ ବିଜେଡି ବିଧାୟକ ଗଣେଶ୍ବର ବେହେରା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ପାଣ୍ଡିଆନ ନୁହଁନ୍ତି ବିଜେଡିର ସର୍ବେସର୍ବା । ପାଣ୍ଡିଆନ ନବୀନ ବାବୁଙ୍କ ଘନିଷ୍ଠ ସହଯୋଗୀ । ନବୀନ ପଟ୍ଟନାୟକ ଅସୁସ୍ଥ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହେବା ପରେ ବୁଧବାର ହସ୍ପିଟାଲରୁ ଫେରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/08/22/41-2025-08-22-19-34-20.jpg)