BJD Photograph: (Kanak News)
କନକ ବ୍ୟୁରୋ: ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ଶୁଭେଚ୍ଛା ଜଣାଇବା ସହ ବିଜେପି ଉପରେ ବର୍ଷିଛନ୍ତି । ନବୀନ କହିଛନ୍ତି, ଆମେ ବିଜୁ ବାବୁ ଆଦର୍ଶରେ ରାଜ୍ୟବାସୀଙ୍କ ସେବା କରିଆସୁଛୁ । ସେବା, ସ୍ବାଭିମାନ ଓ ସଂଗ୍ରାମ ଆମ ମନ୍ତ୍ର । ବିକାଶ ଆମର ପରିଚୟ । ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶ ଇତିହାସର ଗୋଲ୍ଡେନ୍ ପିରିୟଡ୍ । ଓଡ଼ିଶାକୁ ନୂଆ ପରିଚୟ ଆମେ ଦେଇଛୁ । ମାଆମାନଙ୍କୁ ଆମେ ସ୍ୱାବଲମ୍ବୀ କରିଛୁ । ଚାଷୀଙ୍କ ରୋଜଗାର ବୃଦ୍ଧି କରିଛୁ । ବିଏସକେ ଭଳି ସ୍ୱାସ୍ଥ୍ୟ ସେବା ଦେଇଛୁ । ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜଭୁତ କରିଛୁ । ରାଜ୍ୟକୁ ନିବେଶ ଆଣିଛୁ । ଯୁବପିଢୀଙ୍କୁ ରୋଜଗାର ଦେଇଛୁ ।
ବଡ଼ ଦିନରେ ଧୁରନ୍ଧରର ଅଲ ଟାଇମ୍ ରେକର୍ଡ, ବନିଲା ବଲିଉଡର ସବୁଠାରୁ ବଡ଼ ଫିଲ୍ମ
ବିଜେପିକୁ ନବୀନଙ୍କ ଟାର୍ଗେଟ୍
ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଚାଲିଛି । ହେଲେ ବିକାଶ କାଇଁ ବୋଲି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ୍ ପଟ୍ଟନାୟକ । ଚାଷୀ ଲାଭ ପାଉନି, ମଣ୍ଡି ଠିକ୍ ସମୟରେ ଖୋଲୁନି । ମାଆ ମାନେ ହଇରାଣ ହେଉଛନ୍ତି । ଯୁବପିଢ଼ି ଏଠି ହତାସ । ୧୮ ମାସର ଡବଲ ଇଞ୍ଜିନ୍ ସରକାରରେ କିନ୍ତୁ ବିକାଶ ନାହିଁ । ଆଇନ ଶୃଙ୍ଖଳା କଥା ନକହିବା ଭଲ । ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି । ନାବାଳିକା ବି ରାଜ୍ୟରେ ସୁରକ୍ଷିତ ନୁହଁନ୍ତି । କିଛି ଲୋକ ଆମ ବିସୟରେ ଅପପ୍ରଚାର କରୁଛନ୍ତି । ବିଜୁ ଜନତା ଦଳ ଭାଙ୍ଗିଯିବ ବୋଲି ଅପପ୍ରଚାର କରୁଛନ୍ତି । ମୁଁ ନିଶ୍ଚିତ କରୁଛି ଯେ ବିଜୁ ଜନତା ଦଳ ରହିଛି ଏବଂ ଆଗାମୀ ୧୦୦ ବର୍ଷ ଯାଏଁ ଲୋକଙ୍କ ସହ ରହିବ ।
Follow Us