କନକ ବ୍ୟୁରୋ : ମହିଳା ଏବଂ ଶିଶୁ ସୁରକ୍ଷାକୁ ନେଇ ସରକାରଙ୍କ ବଡ ପଦକ୍ଷେପ । ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର । କୌଣସି ମହିଳା ବିରୋଧୀ ଅପରାଧ ହେଲେ ପୀଡ଼ିତାଙ୍କୁ ତ୍ବରିତ ନ୍ୟାୟ ଦେବାରେ ସାହାଯ୍ୟ କରିବେ ପାରା ଲିଗାଲ ଭଲ୍ୟୁଣ୍ଟର । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଆଇନ ବିଭାଗ ବୈଠକ ହୋଇଛି । ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି । ବୈଠକରେ ଆଇନ ମନ୍ତ୍ରୀ, ଲିଗାଲ ସର୍ଭିସ ଅଥରିଟିର ଅଧିକାରୀ ଉପସ୍ଥିତ ଥିଲେ । ଗାଁରେ ରହୁଥିବା ସାଧାରଣ ପରିବାର ଏବଂ ଜନଜାତି ପରିବାରଙ୍କୁ ନ୍ୟାୟିକ ଅଧିକାର ଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । 

Advertisment

ଏହି ଅଧିକାର ବାବଦରେ ସାଧାରଣ ମହିଳାଙ୍କୁ ସଚେତନତା କରିବେ ସରକାର । ଏହି କାମରେ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ । କୌଣସି ମହିଳା ଅସୁବିଧାର ସମ୍ମୁଖୀନ, ନିର୍ଯାତନା କିମ୍ଭା ଘରୋଇ ହିଂସାର ଶିକାର ହେଲେ ପ୍ରାରମ୍ଭିକ ଭାବେ ପାରା ଲିଗାଲ ଭଲ୍ୟଣ୍ଟରଙ୍କୁ ଜଣାଇବେ । ନ୍ୟାୟିକ ଦିଗ ନେଇ ଭଲ୍ୟୁଣ୍ଟର ତାଙ୍କୁ ସାହାଯ୍ୟ କରିବେ । ସମସ୍ୟାକୁ ଥାନା ଏବଂ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଏବଂ ଏସସିଏସଟି ବିଭାଗକୁ ଯୋଡ଼ାଯିବ ।