Assembly Photograph: (KanakNews)
କନକ ବ୍ୟୁରୋ: ୨୭ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରାୟ ଏକମାସ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଐତିହାସିକ ହେବାକୁ ଯାଉଛି । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହେବ । ଆସନ୍ତା ୨୭ ତାରିଖ ଅପରାହ୍ନ ୪ଟା ୩୦ରୁ ୫ଟା ୩୦ ଯାଏଁ ଗୋଟିଏ ଘଣ୍ଟା ଧରି ଗୃହରେ ଉଦବୋଧନ ରଖିବେ ରାଷ୍ଟ୍ରପତି, ଯାହା ବିଧାନସଭା ଇତିହାସରେ ପ୍ରଥମ । ଏହାକୁ ବେଶ ସ୍ମରଣୀୟ କରିବା ପାଇଁ ଭିତର ଠାରୁ ବାହାର ପର୍ଯ୍ୟନ୍ତ ସଜେଇ ହେଲାଣି ବିଧାନସଭା ।
ଆସନ୍ତା ୨୪ ଘଣ୍ଟାରେ ବାତ୍ୟା! ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା
ଏହାରି ଭିରେ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୩୩ ପ୍ଲାଟୁନ୍ ପୁଲିସ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ ବୋମା ନିଷ୍କ୍ରିୟକାରୀ ଦଳ ସଜାଗ ହୋଇ ଅଛନ୍ତି । ପ୍ରାୟ ଗୋଟିଏ ମାସ ଧରି ଚାଲିବ ବିଧାନସଭାର ଶୀତ ଅଧିବେଶନ । ହେଲେ ସରକାରଙ୍କୁ ଗୃହରେ ଘେରିବାରୁ ସଜବାଜ ହେଲେଣି ବିରୋଧୀ ବିଜେଡି ଓ କଂଗ୍ରେସ । ସେପଟେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି`
Follow Us