ନେତାଙ୍କ ଆଗରେ ଆଉ ଚଳିବନି ବାବୁଗିରି, ବ୍ୟବହାର ସଜାଡ଼ିବାକୁ ବାବୁଙ୍କୁ କଡ଼ା ନିର୍ଦ୍ଦେଶ

Advertisment

ସାଂସଦ ହୁଅନ୍ତୁ କି ବିଧାୟକ, ବିଭିନ୍ନ ସମୟରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଖାତିର କରୁନାହାନ୍ତି ସରକାରୀ ଅଧିକାରୀ । ଭୁଲିଯାଉଛନ୍ତି ସାମାନ୍ୟତମ ସୌଜନ୍ୟତା । ସମାଜିକ ଗଣମାଧ୍ୟମରେ ଦେଉଛନ୍ତି ଅଶାଳୀନ ମନ୍ତବ୍ୟ । ଏସବୁକୁ ଦୃଷ୍ଟିରେ ରଖି ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଅଣ-ସରକାରୀ ଅନୁଦାନ ପ୍ରାପ୍ତ କଲେଜର ଅଧ୍ୟକ୍ଷ ଓ ଗଭର୍ଣ୍ଣିଂ ବଡି ସଭାପତିଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ । କଲେଜ ପରିଦର୍ଶନରେ ଆସୁଥିବା ବିଧାୟକ ଓ ସାଂସଦଙ୍କୁ  ସମ୍ମାନ ଦିଅ ।

ସାଂସଦ ହୁଅନ୍ତୁ କି ବିଧାୟକ, ବିଭିନ୍ନ ସମୟରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଖାତିର କରୁନାହାନ୍ତି ସରକାରୀ ଅଧିକାରୀ । ଭୁଲିଯାଉଛନ୍ତି ସାମାନ୍ୟତମ ସୌଜନ୍ୟତା । ସମାଜିକ ଗଣମାଧ୍ୟମରେ ଦେଉଛନ୍ତି ଅଶାଳୀନ ମନ୍ତବ୍ୟ । ଏସବୁକୁ ଦୃଷ୍ଟିରେ ରଖି ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଅଣ-ସରକାରୀ ଅନୁଦାନ ପ୍ରାପ୍ତ କଲେଜର ଅଧ୍ୟକ୍ଷ ଓ ଗଭର୍ଣ୍ଣିଂ ବଡି ସଭାପତିଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ । କଲେଜ ପରିଦର୍ଶନରେ ଆସୁଥିବା ବିଧାୟକ ଓ ସାଂସଦଙ୍କୁ  ସମ୍ମାନ ଦିଅ ।

BJP Politics

BJP Politics Photograph: (KanakNews)

କନକ ବ୍ୟୁରୋ: କଲେଜକୁ ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ । ବ୍ୟବହାର ଠିକ୍ କର, ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦିଅ । କଲେଜ ପରିଦର୍ଶନ ସମୟରେ ସାଂସଦ ଓ ବିଧାୟକଙ୍କୁ ଉଚିତ ସମ୍ମାନ ମିଳୁନଥିବା ଅଭିଯୋଗ ହେବା ପରେ, ଏଭଳି ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ । ଏଥିସହ କଲେଜ ସ୍ତରରେ ସଚେତନତାମୂଳକ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବର୍ତ୍ତମାନର ସରକାର ପୂର୍ବ ସରକାର ବେଳର ପରମ୍ପରା ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । 

ମକର ସଂକ୍ରାନ୍ତିରେ ଖାଡ଼ା ଉପବାସ ପ୍ରଭୁ ଲିଙ୍ଗରାଜ: ନୀତି ବନ୍ଦ, ଅପୂଜା ରହିଲେ ମହାପ୍ରଭୁ

ତାଗିଦ କରି ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ 
ସାଂସଦ ହୁଅନ୍ତୁ କି ବିଧାୟକ, ବିଭିନ୍ନ ସମୟରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଖାତିର କରୁନାହାନ୍ତି ସରକାରୀ ଅଧିକାରୀ । ଭୁଲିଯାଉଛନ୍ତି ସାମାନ୍ୟତମ ସୌଜନ୍ୟତା । ସମାଜିକ ଗଣମାଧ୍ୟମରେ ଦେଉଛନ୍ତି ଅଶାଳୀନ ମନ୍ତବ୍ୟ । ଏସବୁକୁ ଦୃଷ୍ଟିରେ ରଖି ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଅଣ-ସରକାରୀ ଅନୁଦାନ ପ୍ରାପ୍ତ କଲେଜର ଅଧ୍ୟକ୍ଷ ଓ ଗଭର୍ଣ୍ଣିଂ ବଡି ସଭାପତିଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ । କଲେଜ ପରିଦର୍ଶନରେ ଆସୁଥିବା ବିଧାୟକ ଓ ସାଂସଦଙ୍କୁ  ସମ୍ମାନ ଦିଅ । ସୌଜନ୍ୟମୂଳକ ସ୍ବାଗତ ସହ ସେମାନେ ଦେଉଥିବା ପରାମର୍ଶକୁ ଲେଖି ରଖ । ଫୋନ୍ କଲେ ଫୋନ୍ ଉଠାଅ । ୧୫ ଦିନ ଭିତରେ ସେମାନଙ୍କ ପ୍ରଶ୍ନର ଉତ୍ତର ଦିଅ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏପରିକି କୌଣସି ସଭାରେ ମନ୍ତ୍ରୀ, ବିଧାୟକ ଉପସ୍ଥିତ ଥିଲେ, କୌଣସି ସରକାରୀ ଅଧିକାରୀ ସଭାପତିତ୍ୱ କରିବେ ନାହିଁ ବୋଲି ଚିଠି ଲେଖାଯାଇଛି । ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଗତ ୨୪ ବର୍ଷର ପରମ୍ପରା ଥିଲା ଜନପ୍ରତିନିଧି ବଡ଼ ନୁହେଁ, ବାବୁ ବଡ଼ । ଲୋକଙ୍କ ସରକାରରେ ଆମେ ଏହି ପରମ୍ପରାକୁ ଭାଙ୍ଗିବା ପାଇଁ ପ୍ରୟାସ କରୁଛୁ । 

ସରକାରୀ ଅଧିକାରୀ ଓ କର୍ମଚାରୀମାନେ ସାଂସଦ ଓ ବିଧାୟକମାନଙ୍କୁ କିଭଳି ବ୍ୟବହାର ଦେଖାଇବେ, ତାହା ବୁକ୍ ସର୍କୁଲାର୍-୪୭ରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହାକୁ ଅନୁପାଳନ କରିବା ପାଇଁ ତାଗିଦ କରିଛି ଉଚ୍ଚଶିକ୍ଷା ବିଭାଗ। ଅନ୍ୟପକ୍ଷରେ ବିଜେଡି କହିଛି, କେବଳ କଥାରେ କହିଲେ ହେବନି, ଏଭଳି ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର । ପୂର୍ବ ସରକାରରେ ନିର୍ବାଚିତ ପ୍ରତିନିଧିଙ୍କ ଅପେକ୍ଷା ପ୍ରାଶାସନିକ ଅଧିକାରୀଙ୍କୁ ଅଧିକ ଗୁରୁତ୍ୱ ମିଳୁଥିବା ଅଭିଯୋଗ ହୋଇଆସୁଥିଲା । ତେବେ ଉଚ୍ଚଶିକ୍ଷା ବିଭାଗର ତାଗିଦ ପରେ ଏହା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ତା ଉପରେ ନଜର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe