ଆଜିଠୁ ରୋଡ୍‌ କଂଗ୍ରେସର ମହାକୁମ୍ଭ, ଯୋଗଦେବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ

ଦୀର୍ଘବର୍ଷ ପରେ ଓଡ଼ିଶା ୮୪ତମ ଜାତୀୟ ରୋଡ କଂଗ୍ରେସର ଆୟୋଜକ ସାଜିଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରର ଅଧିକାରୀ, ବିଶେଷଜ୍ଞ, ଇଞ୍ଜିନିୟର ଗୋଟିଏ ମଞ୍ଚରେ ବସି ସଡ଼କ ଭିତ୍ତିଭୂମି ନେଇ ମାନସମନ୍ଥନ କରିବେ ।

7

Road Congress Photograph: (KanakNews)

କନକ ବ୍ୟୁରୋ: ଭୁବନେଶ୍ବରରେ ଆଜିଠୁ ଆରମ୍ଭ ହେବ ରୋଡ୍‌ କଂଗ୍ରେସର ମହାକୁମ୍ଭ । ଦୀର୍ଘବର୍ଷ ପରେ ଓଡ଼ିଶା ୮୪ତମ ଜାତୀୟ ରୋଡ କଂଗ୍ରେସର ଆୟୋଜକ ସାଜିଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରର ଅଧିକାରୀ, ବିଶେଷଜ୍ଞ, ଇଞ୍ଜିନିୟର ଗୋଟିଏ ମଞ୍ଚରେ ବସି ସଡ଼କ ଭିତ୍ତିଭୂମି ନେଇ ମାନସମନ୍ଥନ କରିବେ । ସାଢେ ୩ ହଜାରରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । 

ନଭେମ୍ବର ୧୦ ତାରିଖ ଯାଏଁ ସଡ଼କ ପରିବହନ ସଂକ୍ରାନ୍ତରେ ପର୍ଯ୍ୟାୟକ୍ରମେ ଆଲୋଚନା ହେବ । ୫ ଦିନ ଧରି ରୋଡ କଂଗ୍ରେସ ମହାକୁମ୍ଭରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଆଜି ବୈଷୟିକ ପ୍ରଦର୍ଶନୀ ହୋଇଛି । ଆସନ୍ତାକାଲି ଅର୍ଥାତ୍ ୭ ତାରିଖରେ ରୋଡ୍‌ କଂଗ୍ରେସର ପରିଷଦ ବୈଠକ, ୮ରେ ରାଜପଥ ଗବେଷଣା ବୋର୍ଡ ବୈଠକ, ୯ରେ ବ୍ୟାବସାୟିକ ବୈଠକ, ୧୦ ତାରିଖରେ ଉଦ୍‌ଯାପନୀ ଉତ୍ସବ । ପ୍ରତିନିଧିଙ୍କ ସହ ସ୍ବତନ୍ତ୍ର ଅଧିବେଶନ ଜରିଆରେ ରୋଡ କଂଗ୍ରେସର ଭବିଷ୍ୟତକୁ ନେଇ ନକ୍ସା ଅଙ୍କାଯିବ । ସଡ଼କ ପରିବହନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ତର୍ଜମା କରିବେ ମନ୍ତ୍ରୀ ଓ ଅଧିକାରୀ । ରାସ୍ତା ସଂପର୍କିତ ସମସ୍ୟା ଓ ଏହାର ସମାଧାନ ଦିଗରେ ନୀତି ଓ ନକ୍ସା ପ୍ରସ୍ତୁତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe