କନକ ବ୍ୟୁରୋ : ମାସ ମାସ ଧରି ଖାଲି ପଡ଼ିଛି ତୃଣମୂଳସ୍ତରର ନେତୃତ୍ୱ । ତାରିଖ ପରେ ତାରିଖ ଗଡୁଛି ହେଲେ ପଞ୍ଚାୟତ ଉପ ନିର୍ବାଚନ ଘୋଷଣା ହୋଇପାରୁନି । ରାଜ୍ୟରେ  ୧୦୪୩ ଓ୍ୱାର୍ଡ ମେମ୍ୱର, ୪୦ ସମିତି ସଭ୍ୟ, ୪୩ ସରପଞ୍ଚ ଓ ୫ ଜିଲ୍ଲା ପରିଷଦ ଆସନ ଖାଲି ପଡ଼ିଛି । ଗତ ମେ ୨୧ ତାରିଖରେ ଉପନିର୍ବାଚନର ତାରିଖ ଘୋଷଣା ହେଉ ହେଉ ଏହାକୁ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିସନ  । କୁହାଗଲା ମୌସୁମୀ ବର୍ଷା ପାଇଁ ନିର୍ବାଚନ ସମ୍ଭବପର ନୁହେଁ । ହେଲେ ଛଅ ମାସ ବିତିଗଲାଣି । ମୌସୁମୀ ଯାଇ ଶୀତ ଆସିଲାଣି, ଏ ପର୍ଯ୍ୟନ୍ତ ପଞ୍ଚାୟତ ଉପନିର୍ବାଚନର ତାରିଖ ଘୋଷଣା ହୋଇପାରିଲାନି  । ବିଳମ୍ୱକୁ  ନେଇ ତୃଣମୂଳ ସ୍ତରର ନେତା  ଅସନ୍ତୋଷ ଝାଡିଲେଣି ।

Advertisment

ଯଦି ନୂଆପଡା ଉପନିର୍ବାଚନକୁ ନେଇ ରାଜନୈତିକ ଦଳ ଓ ପ୍ରଶାସନ ଆଗଭର ଦେଖାଉଛନ୍ତି ତାହା ହେଲେ ପଂଚାୟତ ନିର୍ବାଚନକୁ କାହିଁକି ନୁହେଁ । ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତର ମାସେ ମଧ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଯଦି ଉପ ନିର୍ବାଚନ କରିପାରୁଛନ୍ତି, ତାହାହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନ ପଞ୍ଚାୟତ ଉପନିର୍ବାଚନରେ କାହିଁକି ବିଳମ୍ୱ କରୁଛନ୍ତି? କିଛି ଚାପ ରହୁଛି ନା ପ୍ରସ୍ତୁତିରେ ପଛୁଆ ଅଛନ୍ତି କମିସନ?  ପଞ୍ଚାୟତ ଉପନିର୍ବାଚନ ବିଳମ୍ୱ ହେଉଥିବା ବେଳେ ସାଧାରଣ ଜନତା କାହା ପାଖରେ ଗୁହାରି କରିବେ? ଲୋକଙ୍କ ସୁବିଧା କିଏ ବୁଝିବ? ତାହା ବଡ ପ୍ରଶ୍ନ ।