କନକ ବ୍ୟୁରୋ : ପଞ୍ଚାୟତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ସଙ୍କୁଚିତ ନିଷ୍ପତ୍ତି ବିରୋଧରେ ପଞ୍ଚାୟତ ପ୍ରତିନିଧିଙ୍କୁ ସାଥିରେ ନେଇ ଆଜି ବିଧାନସଭା ଘେରାଉ ଉଦ୍ୟମ କରିଛି ବିଜେଡି । ବ୍ୟାରିକେଡ ଭାଙ୍ଗି ପାଣିମାଡ଼ ଖାଇଛନ୍ତି ନେତା ଓ କର୍ମୀ । ଅନ୍ୟପଟେ ଆସନ୍ତାକାଲି ନାରୀ ସୁରକ୍ଷାକୁ ନେଇ ଲୋୟର ପିଏମଜିରେ ଗର୍ଜିବ କଂଗ୍ରେସ । ଅସ୍ତିତ୍ବ ବଞ୍ଚାଇବାକୁ ପଲିଟିକାଲ ଷ୍ଟଣ୍ଟ କହି କଟାକ୍ଷ କରିଛି ବିଜେପି ।
ଲୋୟର ପିଏମ୍ଜି ପାଲଟିଲା ଋଣକ୍ଷେତ୍ର
ବିଜେଡି କର୍ମୀ-ପୁଲିସ ମୁହାଁମୁହିଁ
ପଞ୍ଚାୟତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ସଙ୍କୁଚିତ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଲୋୟର ପିଏମଜିରେ ରଣହୁଙ୍କାର ଦେଇଛି ବିଜେଡି । ପ୍ରତ୍ୟେକ ପଞ୍ଚାୟତର ପ୍ରତିନିଧି, ଛାମୁଆ ସଙ୍ଗଠକ, ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି କରି ବିଜେପି ସରକାରକୁ ନିଶାନା କରିଥିଲେ ଦଳର ତୁଙ୍ଗ ନେତା । ନେତାଙ୍କ ଭାଷଣ ସରୁ ସରୁ କର୍ମୀ ଦେଖାଇଥିଲେ ଆକ୍ସନ । ଗୋଟିଏ ପରେ ଗୋଟିଏ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଥିଲେ । ଆଉ ଶେଷ ବ୍ୟାରିକେଡ୍ ନିକଟରେ ପୁଲିସ ସହ ହୋଇଥିଲା ଧସ୍ତାଧସ୍ତି । ଆନ୍ଦୋଳନକାରୀ ଯେପରି ଆଗକୁ ନ ବଢ଼ିବେ ସେଥିପାଇଁ ଅପରପକ୍ଷରୁ ହୋଇଥିଲା ପାଣିମାଡ଼ । ହେଲେ ଏ ଲଢେଇ ଜାରି ରହିବ ବୋଲି କହିଛି ବିଜେଡି ।
ମୈଦାନ ଛାଡ଼ିଲା ବିଜେଡି
ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ
ସାର ସଙ୍କଟ, କଳାବଜାରୀ, ସମବାୟ ସମିତିରେ ଦୁର୍ନୀତିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ କୃଷକ ମୋର୍ଚ୍ଚା । ଡବଲ ଇଞ୍ଜିନ ସରକାରରେ ଚାଷୀ କଲବଲ ହେଉଥିବା କହି ଟାର୍ଗେଟ କରିଛି କଂଗ୍ରେସ । ବିରୋଧୀଙ୍କ ପ୍ରତିବାଦକୁ ନେଇ କଡ଼ା କାଉଣ୍ଟର କରିଛି ଶାସକ ବିଜେପି । ଆଜି ବିଜେଡି ଲୋୟର ପିଏମ୍ଜିରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଆସନ୍ତାକାଲି କଂଗ୍ରେସ ନାରୀ ସୁରକ୍ଷାକୁ ନେଇ କରିବ ବିଧାନସଭା ଘେରାଉ ।