Naveen Photograph: (KanakNews)
କନକ ବ୍ୟୁରୋ: ନିର୍ବାଚନ ହାରିବା ପରେ ଭାଗ ଭାଗ ବିଜେଡି । ଶୃଙ୍ଖଳାର ବେଡ଼ି ଭିତରେ ଆଉ ରହୁନାହାନ୍ତି ନେତା । ନେତାଙ୍କୁ ଏକାଠି କରିବା ପାଇଁ ନୂଆବର୍ଷରୁ କସରତ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ । ପାଳିପାଳି କରି ବିଧାୟକଙ୍କ ଡକାଇ କରୁଛନ୍ତି ଆଲୋଚନା । ଦଳରେ ଥିବା ଫାଟ ଓ କନ୍ଦଳକୁ ଦୂରେଇବାକୁ ଉଦ୍ୟମ ଚଳାଇଛନ୍ତି ।
ନବୀନଙ୍କୁ ଘାରିଲାଣି ରାଜ୍ୟସଭା ନିର୍ବାଚନ ଭୟ
ବିଧାୟକଙ୍କୁ ଗୋଟିଏ ଗଣ୍ଡିରେ ରଖିବାକୁ କସରତ
କେତେବେଳେ ଜୁନିୟର ନେତା ତ ଆଉ କେତେବେଳେ ସିନିୟର ନେତା ଏକାଠି ହୋଇ ନେତୃତ୍ବ ଓ ଦଳ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏସବୁ ଘଟଣାକୁ ଦେଖି କିଛି ଦିନ ହେଲା ନିରବ ଥିଲେ ନବୀନ । ଆଗକୁ ହାଇଭୋଲଟେଜ୍ ରାଜ୍ୟସଭା ନିର୍ବାଚନ । ପରେ ପରେ ପଞ୍ଚାୟତ ନିର୍ବାଚନ । ତେଣୁ ସଂଗଠନ ଓ ଅସନ୍ତୁଷ୍ଟ ନେତାଙ୍କୁ ଟ୍ରାକକୁ ଆଣିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ନବୀନ । ପାଳିପାଳି କରି ବିଧାୟକଙ୍କୁ ନବୀନ ନିବାସକୁ ଡକରା ହେଉଛି । ବିଧାୟକଙ୍କ ସହିତ ଆଲୋଚନା କରି ଗୋଟିଏ ଗଣ୍ଡିରେ ରହିବା ପାଇଁ ଉଦ୍ୟମ କରୁଛନ୍ତି । ଆଗାମୀ ଦିନରେ ବାକିସବୁ ବିଧାୟକଙ୍କୁ ନବୀନ ନିବାସକୁ ଡକରା ହେବ । ସଂଗଠନ ଓ ନିଜ ନିର୍ବାଚନ ମଣ୍ଡଳୀର କଥା ବିଧାୟକଙ୍କ ସହ ଆଲୋଚନା କରିବେ ।
ଜାନୁଆରି ୧୫ରେ ମହାରାଷ୍ଟ୍ରରେ ପୌର ନିର୍ବାଚନ ପାଇଁ ଭୋଟ୍; ମୁମ୍ବାଇ ପ୍ରମୁଖ ରଣକ୍ଷେତ୍ର
ଫାଟ ଯୋଡ଼ୁଛନ୍ତି ନବୀନ
ଦୂରେଇ ଗଲେଣି ସନା!
ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ତୃଣମୂଳ ସ୍ତରରୁ ବଡ଼ ନେତାଙ୍କ ପର୍ଯ୍ୟନ୍ତ, ଏବେ ବିଜେପି ଶିବିର ମୁହାଁ ହେଉଛନ୍ତି । ଯେମିତି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ବିଜେଡି ନେତା ମୋହନଙ୍କ ଜୟଜୟକାର କଲେଣି । ଚମ୍ପୁଆର ବିଜେଡି ବିଧାୟକ ସନା ମହାକୁଡ଼ ଏବେ ମୋହନଙ୍କ ପାଖେପାଖେ ରହୁଛନ୍ତି । ଆଉ ଗୋଟିଏ ପାଦ ଆଗକୁ ଯାଇ ନବୀନଙ୍କୁ ପରୋକ୍ଷରେ ତୀର ମାରି କହିଛନ୍ତି, ବିଜେଡି ସରକାରର ୨୪ ବର୍ଷ ଭିତରେ କେନ୍ଦୁଝରର କିଛି ବିକାଶ ହୋଇନି । କେବଳ ସନା ନୁହଁନ୍ତି, ବିଜେଡି ପ୍ରତିଷ୍ଠା ଦିବସରେ ଦଳର ଦୁଇ ନମ୍ବର ନେତାଙ୍କୁ କଟାକ୍ଷ କରିଥିଲେ ଭେଟେରାନ୍ ବଦ୍ରି ପାତ୍ର । ତେଣୁ ନବୀନ ଗୋଟିଏ ପଟେ ଫାଟ ଯୋଡ଼ିବା ପାଇଁ ଉଦ୍ୟମ କରୁଥିବା ବେଳେ କନ୍ଦଳ କିନ୍ତୁ ଜଳଜଳ ହୋଇ ଦିଶୁଛି । ତେବେ ନେତାଙ୍କୁ ମନାଇ ଆଗକୁ କିପରି ନେଉଛନ୍ତି, ତାହା ଦଳପତିଙ୍କ ପାଇଁ ବଡ଼ ଆହ୍ବାନ ।
Follow Us