କନକ ବ୍ୟୁରୋ : ମୁଣ୍ଡରେ ଧାନ ବସ୍ତା ବୋହି ଚାଷୀଙ୍କ ଅଭିନବ ପ୍ରତିବାଦ । ବ୍ରହ୍ମଗିରିରୁ ଶହ ଶହ ଚାଷୀ ବିଶାଳ ଟ୍ରାକ୍ଟର ଶୋଭାଯାତ୍ରାରେ ଆସି ପୁରୀରେ ପହଞ୍ଚିଥିଲେ । ରବି ଋତୁରେ ଧାନ ଟୋକନ ପାଇ ମଧ୍ୟ ୫୦ ପ୍ରତିଶତ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ । ଏହାକୁ ବିରୋଧ କରି ରାଜ୍ୟ ବିଜେଡି ଉପ ସଭାପତି ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ ଟ୍ରାକ୍ଟର ଶୋଭାଯାତ୍ରାରେ ପୁରୀରେ ପହଞ୍ଚି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ ।
ମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ବ୍ରହ୍ମଗିରି ଗସ୍ତ ସମୟରେ ସମସ୍ତ ଚାଷୀଙ୍କ ଠାରୁ ନିର୍ଦ୍ଧାରିତ ସମୟରେ ଧାନ କିଣା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ୫୦ ପ୍ରତିଶତ ଚାଷୀଙ୍କ ଧାନ କିଣାଯାଇନାହିଁ । ଫଳରେ ଅସନ୍ତୁଷ୍ଟ ଚାଷୀ ଆଜି ବିରାଟ ଶୋଭାଯାତ୍ରାରେ ପୁରୀରେ ପହଁଚି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଚାଷୀମାନଙ୍କ ଠାରୁ ଧାନ କିଣାଯାଉ ନଚେତ୍ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/28/35-2025-07-28-19-44-44.jpg)