କନକ ବ୍ୟୁରୋ : ବିପର୍ଯ୍ୟୟ ପରିଚାଳନା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ରାଜ୍ୟ ସମ୍ପର୍କରେ ଦାବି କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ରାଜ୍ୟ ପାଇଁ ୫ଟି ଦାବି ଜଣାଇଲେ ସୁରେଶ ପୂଜାରୀ । ଏନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ପ୍ରଦାନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟରେ ୫୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ୨ ହଜାର କୋଟି ସହାୟତା ରାଶି ଦେବାକୁ ଜଣାଇଲେ ଦାବି । ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ ପାଇଁ ୮,୩୬୩ କୋଟି ଟଙ୍କାର ଦାବି । ଏହାସହ ବିପର୍ଯ୍ୟୟ ମୁକାବିଲା ପାଇଁ ଆଗୁଆ ସତର୍କ ସୂଚନା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ୨୦୦ କୋଟି ସହାୟତା । ସମୁଦ୍ର କୂଳ ଖାଉଥିବା ଅଞ୍ଚଳର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାରେ ଅନୁଦାନ ଏବଂ ଜାତୀୟ, ଆନ୍ତର୍ଜାତୀୟ ସହଯୋଗ ଲୋଡିଲେ ରାଜସ୍ବ ମନ୍ତ୍ରୀ ।
କେନ୍ଦ୍ର ସରକାରଙ୍କୁ ୫ ଦାବି
୫୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ୨ ହଜାର କୋଟି ସହାୟତା ରାଶି
ପ୍ରାକୃତିକ ଦୁର୍ବିପାକର ଆଗୁଆ ସତର୍କ ସୂଚନା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ୨୦୦ କୋଟି
ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ ପାଇଁ ୮,୩୬୩ କୋଟି ଟଙ୍କାର ସହାୟତା
ସମୁଦ୍ର କୂଳ ଲଙ୍ଘୁଥିବା ଅଞ୍ଚଳର ସୁରକ୍ଷା ପାଇଁ ସହାୟତା
ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ସହ ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା
Follow Us