ମହାମେଣ୍ଟରେ ଛିଡୁନି ଅଙ୍କ : କିଏ କେତେ ଆସନରେ ଲଢିବ ଫିଟୁନି ବାଟ

Advertisment

କିଏ କେତେ ଆସନରେ ଲଢିବ ଛିଡୁନି ଗଣିତ । ମଖ୍ୟତଃ କଂଗ୍ରେସ ଆରଜେଡି ମଧ୍ୟରେ  ଆସନ ବୁଝାମଣା ହୋଇପାରୁନାହିଁ । ଆଜି ରାଜଧାନୀ ପାଟଣା ବସୁଛି କଂଗ୍ରେସ ନେତା ଓ ତେଜସ୍ବୀଙ୍କ ମଧ୍ୟରେ ବୈଠକ , କୁହାଯାଉଛି ଆଜି ଘୋଷଣା ହୋଇପାରେ ଆସନ ।

କିଏ କେତେ ଆସନରେ ଲଢିବ ଛିଡୁନି ଗଣିତ । ମଖ୍ୟତଃ କଂଗ୍ରେସ ଆରଜେଡି ମଧ୍ୟରେ  ଆସନ ବୁଝାମଣା ହୋଇପାରୁନାହିଁ । ଆଜି ରାଜଧାନୀ ପାଟଣା ବସୁଛି କଂଗ୍ରେସ ନେତା ଓ ତେଜସ୍ବୀଙ୍କ ମଧ୍ୟରେ ବୈଠକ , କୁହାଯାଉଛି ଆଜି ଘୋଷଣା ହୋଇପାରେ ଆସନ ।

70

କନକ ବ୍ୟୁରୋ : ମହାମେଣ୍ଟରେ ଛିଡୁନି ଆସନ ଗଣିତ । କିଏ କେତେ ଆସନରେ ଲଢିବ ଛିଡୁନି ଗଣିତ । ମଖ୍ୟତଃ କଂଗ୍ରେସ ଆରଜେଡି ମଧ୍ୟରେ  ଆସନ ବୁଝାମଣା ହୋଇପାରୁନାହିଁ । ଆଜି ରାଜଧାନୀ ପାଟଣା ବସୁଛି କଂଗ୍ରେସ ନେତା ଓ ତେଜସ୍ବୀଙ୍କ ମଧ୍ୟରେ ବୈଠକ , କୁହାଯାଉଛି ଆଜି ଘୋଷଣା ହୋଇପାରେ ଆସନ । କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ  ବିହାର ନିର୍ବାଚନରେ ଲଢ଼ିବ କି ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ତାହାର ନିଷ୍ପତ୍ତି ନିଆଯିବ। ଆଜି ଆସନ ବଣ୍ଟନ ପରେ ଜଣାପଡିବ  ବିହାର ବିଧାନସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ପ୍ରୟାସ ସଫଳ ହୋଇଥିଲା ନା ଲାଲୁ ପ୍ରସାଦ ଯାଦବ ଏବଂ ତେଜସ୍ୱୀ ଯାଦବ ପ୍ରଭାବଶାଳୀ ରହିଥିଲେ । ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଚେହେରାର କଥା, ବିରୋଧୀ ମେଣ୍ଟ ପାଖରେ ତେଜସ୍ୱୀ ଯାଦବଙ୍କ ଛଡ଼ା ଆଉ ବିକଳ୍ପ ନାହିଁ । କଂଗ୍ରେସ ନେତାମାନେ ସିଧାସଳଖ ତାଙ୍କ ନାମ ଉଲ୍ଲେଖ କରିପାରିବେ ନାହିଁ, କିନ୍ତୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀ ସମ୍ଭବତଃ ତେଜସ୍ୱୀ ଯାଦବଙ୍କୁ ନିଜର ଚେହେରା ଭାବରେ ଭରସା କରିବେ ।

ପାଟନାରେ ଆର୍‌ପାର୍‌ ବୈଠକ 
ପାଟନାରେ ବସୁଛି କଂଗ୍ରେସ ଓ ଆର୍‌ଜେଡି ମଧ୍ୟରେ ବୈଠକ
ବିହାର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସାମ୍ନାରେ କିଏ ରହିବ ତାହା ଆଜି ଜଣାପଡ଼ିବ
ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ସିପିଆଇ(ଏମ୍) ଇତ୍ୟାଦି ଜାତୀୟ ଦଳଗୁଡ଼ିକ ମଧ୍ୟ ମହାଗଠବନ୍ଧନ ସହ ନିର୍ବାଚନ ଲଢ଼ି ଆସୁଛନ୍ତି
ଲୋକସଭା ନିର୍ବାଚନରେ ତେଜସ୍ୱୀ ଯାଦବ ଶାସକ ଏନ୍‌ଡିଏକୁ ସମସ୍ୟାରେ ପକାଇ ରଖିଥିଲେ
ଆସନ ବଣ୍ଟନ ସମୟ ପାଖେଇ ଆସୁଥିବାରୁ ପରିସ୍ଥିତି ପୁଣି ଥରେ ପରିବର୍ତ୍ତନ ହେଉଥିବା ପରି ମନେହେଉଛି
ତେଜସ୍ବୀ ଆଜି ନାମାଙ୍କନ ପତ୍ର ଭରିବେ ରାଘୋପୁର ଆସନରୁ
ସୂଚନା ଅନୁସାରେ ଆର୍‌ଜେଡି-ଭିଆଇପି ମଧ୍ୟରେ ଆସନ ବୁଝାମଣା ହୋଇଛି
ଭିଆଇପି ୧୮ ସିଟ୍‌ରେ ଲଢ଼ିବାକୁ ରାଜି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe