କନକ ବ୍ୟୁରୋ : ଅକ୍ଟୋବର ୬ ତାରିଖ ପରେ ବିହାର ବିଧାନସଭା ନିର୍ବାଚନ  ତାରିଖ ଘୋଷଣା ହେବ । ଏହା ସହିତ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ଏହା ମଧ୍ୟରେ ବିହାରରେ କର୍ମଚାରୀ ନିଯୁକ୍ତି ଓ ବଦଳି ଆଦି କାମ ଶେଷ କରିବା ପାଇଁ  ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ବାଚନ କମିସନ ଚିଠି ଲେଖିଛନ୍ତି । ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ବିହାର ଗସ୍ତ କରି ନିର୍ବାଚନ ପ୍ରସ୍ତୁତି ଅନୁଧ୍ୟାନ କରିବେ ଓ  ନିର୍ବାଚନ ତାରିଖ ଘୋଷଣା କରିବେ।  ବିହାରରେ ୨୪୩ ବିଧାନସଭା ଆସନ ପାଇଁ  ଏଥର ମୁଖ୍ୟତଃ ଏନଡିଏ ଏବଂ ମହାଗଠନ୍ଧନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ସ୍ପଷ୍ଟ ହୋଇଯାଇଛି । ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ମଧ୍ୟ ନିର୍ବାଚନ ଲଢ଼ିବ । ବିହାରରେ ନଭେମ୍ୱର ୨୨ ତାରିଖରେ ଚଳିତ ବିଧାନସଭାର କାର୍ଯ୍ୟକାଳ ସରୁଛି । ଏହା ପୂର୍ବରୁ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।  

Advertisment

ଅକ୍ଟୋବର ୬ ପରେ ତାରିଫ ଘୋଷଣା
ଅକ୍ଟୋବର ୬ ପରେ ବିହାର ବିଧାନସଭା ନିର୍ବାଚନ ଘୋଷଣା  
ଏହା ସହିତ ଲାଗୁ ହେବ ଆଦର୍ଶ ଆଚରଣ ବିଧି
ବିହାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ବାଚନ କମିସନଙ୍କ ଚିଠି
କର୍ମଚାରୀ ନିଯୁକ୍ତି ଓ ବଦଳି ଶେଷ କରିବା ନିର୍ଦ୍ଦେଶ
ମୁଖ୍ୟ ନିର୍ବାଚନ କମିସନର ବିହାର ଗସ୍ତ କରିବେ