ନୀତୀଶଙ୍କ ବାସଭବନରେ ଶାହା, ରାଜନୈତିକ ମହଲରେ କଳ୍ପନାଜଳ୍ପନା

ପ୍ରାୟ ୪୫ ମିନିଟ୍ ଧରି ନୀତୀଶଙ୍କ ଘରେ ଅମିତ ଶାହ ରହିଥିଲେ । ଏହି ସାକ୍ଷାତ ଆଲୋଚନା ନେଇ ନୀତୀଶ କିମ୍ବା ଅମିତ ଶାହ କୌଣସି ସୂଚନା  ଦେଇ ନଥିଲେ ମଧ୍ୟ ରାଜନୈତିକ ମହଲରେ ଗୁଞ୍ଜରଣ ସୃଷ୍ଟି ହୋଇଛି ।

Bihar-Elections-3_V_jpg--442x260

କନକ ବ୍ୟୁରୋ : ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିହାର ଗସ୍ତରେ ଅଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କ ବାସଭବନକୁ ଯାଇ ଆଲୋଚନା କରିଛନ୍ତି ଶାହ । ପ୍ରାୟ ୪୫ ମିନିଟ୍ ଧରି ନୀତୀଶଙ୍କ ଘରେ ଅମିତ ଶାହ ରହିଥିଲେ । ଏହି ସାକ୍ଷାତ ଆଲୋଚନା ନେଇ ନୀତୀଶ କିମ୍ବା ଅମିତ ଶାହ କୌଣସି ସୂଚନା  ଦେଇ ନଥିଲେ ମଧ୍ୟ ରାଜନୈତିକ ମହଲରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ବିଜେପି ଏବଂ ଜେଡିୟୁ ମଧ୍ୟରେ ନିର୍ବାଚନୀ ବୁଝାମଣା ହୋଇଥିଲେ ମଧ୍ୟ ଆସନ ବଣ୍ଟନ, ନେତୃତ୍ବ ଏବଂ ଆଉକିଛି ପ୍ରସଙ୍ଗକୁ ନେଇ ବିବାଦ ରହିଛି । ଅମିତା ଶାହ ଓ ନୀତୀଶ କୁମାର ଏସବୁ ବିବାଦର ସମାଧାନ ପାଇଁ ଆଲୋଚନା କରିଥିବା ଅନୁମାନ କରାଯାଉଛି । ନିର୍ବାଚନ ସମୟରେ ଏଭଳି ସାକ୍ଷାତ ଆଲୋଚନା ସାଧାରଣ କଥା ହୋଇଥିଲେ ମଧ୍ୟ ରାଜନୈତିକ  ତଥ୍ୟାଭିଜ୍ଞ ମହଲ ନାନା ପ୍ରକାର ଆକଳନ କରୁଛନ୍ତି ।  ଅମିତ ଶାହ ଗତକାଲିଠାରୁ ତିନିଦିନିଆ ବିହାର ଗସ୍ତରେ ଅଛନ୍ତି । ସେ କିଛି ନିର୍ବାଚନୀ ସଭାରେ ଯୋଗଦେବେ ।  

ନୀତୀଶ- ଶାହ ଆଲୋଚନା
ନୀତୀଶଙ୍କ ବାସଭବନକୁ ଯାଇଥିଲେ ଅମିତ
୪୫ ମିନିଟ୍ ଧରି ଦୁଇନେତା ଆଲୋଚନା କରିଥିଲେ 
ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା 
କାଲିଠାରୁ ତିନିଦିନିଆ ବିହାର ଗସ୍ତରେ ଅମିତ ଶାହ
କିଛି ନିର୍ବାଚନୀ ରାଲିରେ ଯୋଗଦେବେ ଅମିତ ଶାହ  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe