କନକ ବ୍ୟୁରୋ : ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିହାର ଗସ୍ତରେ ଅଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କ ବାସଭବନକୁ ଯାଇ ଆଲୋଚନା କରିଛନ୍ତି ଶାହ । ପ୍ରାୟ ୪୫ ମିନିଟ୍ ଧରି ନୀତୀଶଙ୍କ ଘରେ ଅମିତ ଶାହ ରହିଥିଲେ । ଏହି ସାକ୍ଷାତ ଆଲୋଚନା ନେଇ ନୀତୀଶ କିମ୍ବା ଅମିତ ଶାହ କୌଣସି ସୂଚନା  ଦେଇ ନଥିଲେ ମଧ୍ୟ ରାଜନୈତିକ ମହଲରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ବିଜେପି ଏବଂ ଜେଡିୟୁ ମଧ୍ୟରେ ନିର୍ବାଚନୀ ବୁଝାମଣା ହୋଇଥିଲେ ମଧ୍ୟ ଆସନ ବଣ୍ଟନ, ନେତୃତ୍ବ ଏବଂ ଆଉକିଛି ପ୍ରସଙ୍ଗକୁ ନେଇ ବିବାଦ ରହିଛି । ଅମିତା ଶାହ ଓ ନୀତୀଶ କୁମାର ଏସବୁ ବିବାଦର ସମାଧାନ ପାଇଁ ଆଲୋଚନା କରିଥିବା ଅନୁମାନ କରାଯାଉଛି । ନିର୍ବାଚନ ସମୟରେ ଏଭଳି ସାକ୍ଷାତ ଆଲୋଚନା ସାଧାରଣ କଥା ହୋଇଥିଲେ ମଧ୍ୟ ରାଜନୈତିକ  ତଥ୍ୟାଭିଜ୍ଞ ମହଲ ନାନା ପ୍ରକାର ଆକଳନ କରୁଛନ୍ତି ।  ଅମିତ ଶାହ ଗତକାଲିଠାରୁ ତିନିଦିନିଆ ବିହାର ଗସ୍ତରେ ଅଛନ୍ତି । ସେ କିଛି ନିର୍ବାଚନୀ ସଭାରେ ଯୋଗଦେବେ ।  

Advertisment

ନୀତୀଶ- ଶାହ ଆଲୋଚନା
ନୀତୀଶଙ୍କ ବାସଭବନକୁ ଯାଇଥିଲେ ଅମିତ
୪୫ ମିନିଟ୍ ଧରି ଦୁଇନେତା ଆଲୋଚନା କରିଥିଲେ 
ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା 
କାଲିଠାରୁ ତିନିଦିନିଆ ବିହାର ଗସ୍ତରେ ଅମିତ ଶାହ
କିଛି ନିର୍ବାଚନୀ ରାଲିରେ ଯୋଗଦେବେ ଅମିତ ଶାହ