Bihar Photograph: (kanaknews)
କନକ ବ୍ୟୁରୋ: ବିହାରରେ ରେକର୍ଡ ମତଦାନ । ପ୍ରଥମ ଥର ପାଇଁ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ଭୋଟିଂ । ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୬୪.୬୬ ପ୍ରତିଶତ ମତଦାନ ହୋଇଛି । ପୂର୍ବରୁ ବିଧାନସଭା ନିର୍ବାଚନରେ ୨୦୦୦ ମସିହାରେ ସର୍ବାଧିକ ୬୨.୫୭ ପ୍ରତିଶତ ମତଦାନ ହୋଇଥିଲା । ସେହିପରି ୧୯୯୮ ଲୋକସଭା ନିର୍ବାଚନରେ ସର୍ବାଧିକ ୬୪.୬ ପ୍ରତିଶତ ମତଦାନ ହୋଇଥିଲା । ବିହାରରେ ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ଗତକାଲି ମତଦାନ ଶେଷ ହୋଇଛି । ୪୫ହଜାର ୩୪୧ଟି ବୁଥରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା ।
ପ୍ରଥମ ପର୍ଯ୍ୟାୟରେ, ବର୍ତ୍ତମାନର ସରକାରଙ୍କ ଉଭୟ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା, ଆରଜେଡି ନେତା ତେଜସ୍ୱୀ ଯାଦବ, ତାଙ୍କ ବଡ଼ ଭାଇ ତେଜ ପ୍ରତାପ ଯାଦବ, ବାହୁବଳୀ ବିଧାୟକ ଅନନ୍ତ ସିଂହ ଏବଂ ଅନେକ ବଡ଼ ନାମ ନିର୍ବାଚନ ମଇଦାନରେ ଅଛନ୍ତି । ପ୍ରଥମ ପର୍ଯ୍ୟାୟ ଭୋଟ ପରେ ଜନ ସୁରାଜ ପାର୍ଟିର ସଭାପତି ପ୍ରଶାନ୍ତ କିଶୋର କହିଛନ୍ତି, ବିହାରରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି , ଏନଡିଏ ଶହେ ଆସନ ଜିତିବ ।
ବିହାରରେ ରେକର୍ଡ ଭାଙ୍ଗିଲା ମତଦାନ
ପ୍ରଥମ ଥର ପାଇଁ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ଭୋଟିଂ
ପ୍ରଥମ ପର୍ଯ୍ୟାୟରେ ୬୪.୬୬ ପ୍ରତିଶତ ମତଦାନ
ବିଧାନସଭା ନିର୍ବାଚନରେ ୨୦୦୦ ମସିହାରେ ସର୍ବାଧିକ ୬୨. ୫୭% ଭୋଟିଂ ହୋଇଥିଲା
ଲୋକସଭା ନିର୍ବାଚନରେ ୧୯୯୮ ମସିହାରେ ସର୍ବାଧିକ ୬୪. ୬ ପ୍ରତିଶତ ମତଦାନ ହୋଇଥିଲା
ଏଥର ଏସଆଇଆର ଯୋଗୁ ୪୭ ଲକ୍ଷ ନାମ ଭୋଟ ଲିଷ୍ଟରୁ ଡିଲିଟ ହୋଇଥିବା ଅଭିଯୋଗ
ଏସଆଇଆର ଯୋଗୁ ମୋଟ ୭.୮୯ କୋଟି ଭୋଟରରୁ ୭.୪୨ କୋଟି ଭୋଟର ହୋଇଛି
୪୭ ଲକ୍ଷ ଭୋଟର ନାମ କଟିଥିଲେ ବି ଏଥର ସର୍ବାଧିକ ମତଦାନ ହୋଇଛି
୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ଗତକାଲି ମତଦାନ ଶେଷ ହୋଇଛି
୪୫ହଜାର ୩୪୧ଟି ବୁଥରେ ଗତକାଲି ୭ଟାରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ
ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି ଏନଡିଏ ଶହେ ଆସନ ଜିତିବ
ପ୍ରଶାନ୍ତ କିଶୋର କହିଛନ୍ତି, ବିହାରରେ ବଡ ପରିବର୍ତ୍ତନ ହେବାକୁ ଯାଉଛି
Follow Us