କନକ ବ୍ୟୁରୋ: ଭୋଟ୍ ଚୋରି ଅଭିଯୋଗକୁ ବଳ ଦେବା ପାଇଁ ରାହୁଲ ଗାନ୍ଧୀଙ୍କ 'ଭୋଟ୍ ଅଧିକାର ଯାତ୍ରା' । ବିରୋଧୀ ଦଳ କଂଗ୍ରେସ ଓ ଏହାର ନେତା ରାହୁଲ ଗାନ୍ଧୀ, କରିଆସୁଥିବା ଭୋଟ୍ ଚୋରି ଅଭିଯୋଗକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ବିହାର ରୋହତାସ ଜିଲ୍ଲା ସାସାରାମ୍ରୁ ଆରମ୍ଭ ହୋଇଛି ଯାତ୍ରା । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଆଳରେ ଭୋଟର ତାଲିକାରେ ହେରଫେର କରାଯାଇଥିବା ଅଭିଯୋଗ କରି ଏହି ଅଭିଯାନ ଆରମ୍ଭ ହୋଇଛି । ଇଣ୍ଡି ମେଣ୍ଟରେ ଥିବା ବିହାର ମହାଗଠବନ୍ଧନର ସହଯୋଗୀ ଦଳଗୁଡ଼ିକ, ଭାରତୀୟ ନିର୍ବାଚନ କମିସନ୍ଙ୍କ ବିରୋଧରେ ଆଗାମୀ ୧୬ଦିନ ଧରି ଯାତ୍ରା କରିବେ । ରାହୁଲ ଓ ବିରୋଧୀଙ୍କ ଘନ ଘନ ଆକ୍ରମଣକୁ ନେଇ ଅକଳରେ ପଡ଼ିଥିବା ଭାରତୀୟ ନିର୍ବାଚନ କମିସନ୍, ଆଜି ସାମ୍ୱାଦିକ ସମ୍ମିଳନୀ କରି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଭୋଟ୍ ଚୋରି ଅଭିଯୋଗକୁ ନେଇ ଆପତ୍ତି ଉଠାଇଛନ୍ତି ମୁଖ୍ୟ ନିର୍ବାଚନ କମିସନ୍ ଜ୍ଞାନେଶ କୁମାର ।
ଭାରତୀୟ ନିର୍ବାଚନ କମିସନ୍ଙ୍କ ଜବାବ
ନିୟମ ଅନୁସାରେ ଭୋଟର୍ ତାଲିକାରେ ଥିବା ତ୍ରୁଟି ସଂଶୋଧନ ନକରିବା
ମତଦାନର ୪୫ ଦିନ ଭିତରେ ନେତା ହାଇକୋର୍ଟରେ ପିଟିସନ୍ ଦାଖଲ ନକରିବା
'ଭୋଟ୍ ଚୋରି' ଭଳି ଭୁଲ ଶବ୍ଦର ପ୍ରୟୋଗ କରି ଜନତାଙ୍କୁ ବିଭ୍ରାନ୍ତ କରିବା
ଭାରତୀୟ ସମ୍ୱିଧାନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଅପମାନ ନୁହେଁ ତ ଆଉକ'ଣ?
ଭୋଟର୍ଙ୍କ ଫଟୋ ଓ ପରିଚୟ ସାର୍ବଜନୀନ କରିବା ଗୋପନୀୟତାର ଉଲ୍ଲଂଘନ
ବିହାରର ୭ କୋଟି ମତଦାତା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସପକ୍ଷରେ ଥିବାବେଳେ, ଭାରତୀୟ ନିର୍ବାଚନ କମିସନଙ୍କ ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଛିଡ଼ା କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିସନ୍ ।
ନିର୍ବାଚନ କମିସନ୍ଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇ, ଭୋଟ୍ଗ୍ରହଣ ବେଳର ୱେବ୍କାଷ୍ଟିଂ ଭିଡିଓ ସାର୍ବଜନିନ କରିବାକୁ ଦାବି କରିଥିଲେ ରାହୁଲ ଗାନ୍ଧୀ । ଏହି ପ୍ରସଙ୍ଗରେ ଇମୋସନାଲ କାର୍ଡ ଖେଳିଛନ୍ତି ଇଲେକ୍ସନ କମିସନ୍ । ଝିଅ-ବୋହୂଙ୍କ ସିସିଟିଭି ଭିଡିଓ ଜାରି କରିବା ସେମାନଙ୍କ ଗୋପନୀୟତାର ସିଧା ସିଧା ଉଲ୍ଲଂଘନ କହି ଏଭଳି ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/08/17/52-2025-08-17-19-51-27.jpg)