କନକ ବ୍ୟୁରୋ : ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କଲମ୍ବିଆରେ ଦେଶର ଗଣତନ୍ତ୍ର ଏବଂ ଭାରତ-ଚୀନ ସମ୍ପର୍କ କୁ ନେଇ ଏକ ବିବୃତ୍ତି ଦେଇଥିଲେ। ସେ କହିଛନ୍ତି ଯେ ଭାରତରେ ଗଣତନ୍ତ୍ର ଆକ୍ରମଣର ଶିକାର ହେଉଛି । କଂଗ୍ରେସ ନେତା ଆହୁରି ମଧ୍ୟ କହିଥିଲେ ଯେ ଆମେ ଚୀନ୍ ଭଳି ଲୋକଙ୍କୁ ଦମନ କରିପାରିବୁ ନାହିଁ ।
କଲମ୍ବିଆର EIA ବିଶ୍ୱବିଦ୍ୟାଳୟରେ ଏକ ସଂଳାପ କାର୍ଯ୍ୟକ୍ରମରେ ଭାଷଣ ଦେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, "ଭାରତରେ ଅନେକ ଧର୍ମ, ପରମ୍ପରା ଏବଂ ଭାଷା ଅଛି । ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସ୍ଥାନ ପ୍ରଦାନ କରେ, କିନ୍ତୁ ବର୍ତ୍ତମାନ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ସବୁ ଦିଗରୁ ଆକ୍ରମଣ କରାଯାଉଛି ।"
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଯାଇଥିଲା ଯେ ଭାରତ ଏବଂ ଚୀନ ଆଗାମୀ ୫୦ ବର୍ଷ ମଧ୍ୟରେ ବିଶ୍ୱର ନେତୃତ୍ୱ ନେବାକୁ ପ୍ରସ୍ତୁତ କି? ଏହାର ଉତ୍ତରରେ ସେ କହିଥିଲେ, "ମୁଁ ଚୀନ ବିଷୟରେ ଜାଣିନାହିଁ, କିନ୍ତୁ ମତେ ଲାଗୁନି ଯେ ଏ ସରକାରରେ ଭାରତ କେବେ ବି ବିଶ୍ୱର ନେତୃତ୍ବ ନେବା ପାଇଁ ସକ୍ଷମ ହେବ ।"
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/10/02/rahul-gandhi-023047563-16x9_0-2025-10-02-16-42-14.jpg)