ଚଳଚଞ୍ଚଳ ବିହାର ରାଜନୀତି : ମିଳିତ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ  କରୁଛି ଏନଡିଏ

ବିକଶିତ ଭାରତ ପାଇଁ ବିକଶିତ ବିହାର’ର ବାର୍ତ୍ତା ଦେଇ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ନିବେଶ ବୃଦ୍ଧି ସହ ଯୁବବର୍ଗଙ୍କ ପାଇଁ ରୋଜଗାର ସୃଷ୍ଟି, ମହିଳାଙ୍କୁ ପ୍ରୋତ୍ସାହନ, ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ ଓ ସାମିଜିକ କଲ୍ୟାଣକୁ ଗୁରୁତ୍ୱ ଦିଆଯାଉଛି ।

20

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମିଳିତ ଇସ୍ତାହାର ପ୍ରସ୍ତୁତ କରୁଛି । ବୁଥ୍ ଓ ନିର୍ବାଚନମଣ୍ଡଳୀ ସ୍ତରରେ ମିଳିତ କାର୍ଯ୍ୟକ୍ରମ ପରେ ମିଳିତ ଇସ୍ତାହାର ଜାରି କରି ମେଣ୍ଟରେ ଏକତାର ବାର୍ତ୍ତା ଦେବାକୁ ଚାହୁଛି ଏନଡିଏ । ଏନଡିଏରେ ବିହାରର ୫ଟି ଦଳ- ବିଜେପି, ଜେଡିୟୁ, ଏଲଜେପି, ହମ୍ ଏବଂ ଆରଏଲଏମ୍ ଅଛନ୍ତି ।  ‘ବିକଶିତ ଭାରତ ପାଇଁ ବିକଶିତ ବିହାର’ର ବାର୍ତ୍ତା ଦେଇ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ନିବେଶ ବୃଦ୍ଧି ସହ ଯୁବବର୍ଗଙ୍କ ପାଇଁ ରୋଜଗାର ସୃଷ୍ଟି, ମହିଳାଙ୍କୁ ପ୍ରୋତ୍ସାହନ, ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ ଓ ସାମିଜିକ କଲ୍ୟାଣକୁ ଗୁରୁତ୍ୱ ଦିଆଯାଉଛି । ୨୦୨୦ରେ ବିଜେପି ଓ ଜେଡିୟୁ ମେଣ୍ଟ କରିଥିଲେ ବି ଅଲଗା ଅଲଗା ଇସ୍ତାହାର ଜାରି କରିଥିଲେ, କିନ୍ତୁ ଏଥର ମିଳିତ ଇସ୍ତାହାର ଜାରି କରିବେ ।  ଆଗାମୀ ୫ ବର୍ଷ ପାଇଁ ନୀତୀଶ କୁମାରଙ୍କ ନେତୃତ୍ବରେ ସରକାର ଗଠନ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଉଛି । ଆସନ ବୁଝାମଣା ପ୍ରାୟ ଶେଷ ହେବା ଉପରେ । ଦୁଇ ପ୍ରମୁଖ ଦଳ ବିଜେପି ଶହେ- ଶହେରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ପ୍ରକାର ସ୍ଥିର ହୋଇଛି । ଏଲଜେପି ପ୍ରମୁଖ ଚିରାନ ପାସୱାନ ୪୦ ଆସନ ଦାବି କରୁଛନ୍ତି । କିନ୍ତୁ ତାଙ୍କୁ ୨୦ ଆସନ ମଧ୍ୟରେ ସୀମିତ ରଖିବାକୁ ଆଲୋଚନା ଚାଲିଛି । ସେପଟେ ବିରୋଧୀ କଂଗ୍ରେସ, ଆରଜେଡି ଓ ବାମଦଳଙ୍କ ମହାଗଠବନ୍ଧନ ଭୋଟର ତାଲିକାକୁ ନେଇ ଅଧିକ ଆକ୍ରାମକ ହେଉଛି । 

ବିହାର ପାଇଁ ଏନଡିଏ ଦେବ ମିଳିତ ଇସ୍ତାହାର
୨୦୨୦ରେ ବିଜେପି, ଜେଡିୟୁ ଅଲଗା ଅଲଗା ଇସ୍ତାହାର ଦେଇଥିଲେ
ଏଥର ମିଳିତ ଇସ୍ତାହାର ଜାରି କରି ଏକତାର ବାର୍ତ୍ତା ଦେବାକୁ ପ୍ରୟାସ
ବିହାରରେ ଏନଡିଏରେ ବିଜେପି, ଜେଡିୟୁ, ଏଲଜେପି, ହମ୍ ଓ ଆରଏଲଏମ୍
‘ବିକଶିତ ଭାରତ ପାଇଁ ବିକଶିତ ବିହାର’ର ବାର୍ତ୍ତା ଦେଇ ନିର୍ବାଚନୀ ଇସ୍ତାହାର 
ନିବେଶ ବୃଦ୍ଧି, ରୋଜଗାର ସୃଷ୍ଟି, ମହିଳାଙ୍କୁ ପ୍ରୋତ୍ସାହନ
ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ 
ସାମିଜିକ କଲ୍ୟାଣକୁ ଗୁରୁତ୍ୱ ଦେଇ ଇସ୍ତାହାର ପ୍ରସ୍ତୁତ କରାଯାଉଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe