କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମିଳିତ ଇସ୍ତାହାର ପ୍ରସ୍ତୁତ କରୁଛି । ବୁଥ୍ ଓ ନିର୍ବାଚନମଣ୍ଡଳୀ ସ୍ତରରେ ମିଳିତ କାର୍ଯ୍ୟକ୍ରମ ପରେ ମିଳିତ ଇସ୍ତାହାର ଜାରି କରି ମେଣ୍ଟରେ ଏକତାର ବାର୍ତ୍ତା ଦେବାକୁ ଚାହୁଛି ଏନଡିଏ । ଏନଡିଏରେ ବିହାରର ୫ଟି ଦଳ- ବିଜେପି, ଜେଡିୟୁ, ଏଲଜେପି, ହମ୍ ଏବଂ ଆରଏଲଏମ୍ ଅଛନ୍ତି । ‘ବିକଶିତ ଭାରତ ପାଇଁ ବିକଶିତ ବିହାର’ର ବାର୍ତ୍ତା ଦେଇ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ନିବେଶ ବୃଦ୍ଧି ସହ ଯୁବବର୍ଗଙ୍କ ପାଇଁ ରୋଜଗାର ସୃଷ୍ଟି, ମହିଳାଙ୍କୁ ପ୍ରୋତ୍ସାହନ, ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ ଓ ସାମିଜିକ କଲ୍ୟାଣକୁ ଗୁରୁତ୍ୱ ଦିଆଯାଉଛି । ୨୦୨୦ରେ ବିଜେପି ଓ ଜେଡିୟୁ ମେଣ୍ଟ କରିଥିଲେ ବି ଅଲଗା ଅଲଗା ଇସ୍ତାହାର ଜାରି କରିଥିଲେ, କିନ୍ତୁ ଏଥର ମିଳିତ ଇସ୍ତାହାର ଜାରି କରିବେ । ଆଗାମୀ ୫ ବର୍ଷ ପାଇଁ ନୀତୀଶ କୁମାରଙ୍କ ନେତୃତ୍ବରେ ସରକାର ଗଠନ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଉଛି । ଆସନ ବୁଝାମଣା ପ୍ରାୟ ଶେଷ ହେବା ଉପରେ । ଦୁଇ ପ୍ରମୁଖ ଦଳ ବିଜେପି ଶହେ- ଶହେରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ପ୍ରକାର ସ୍ଥିର ହୋଇଛି । ଏଲଜେପି ପ୍ରମୁଖ ଚିରାନ ପାସୱାନ ୪୦ ଆସନ ଦାବି କରୁଛନ୍ତି । କିନ୍ତୁ ତାଙ୍କୁ ୨୦ ଆସନ ମଧ୍ୟରେ ସୀମିତ ରଖିବାକୁ ଆଲୋଚନା ଚାଲିଛି । ସେପଟେ ବିରୋଧୀ କଂଗ୍ରେସ, ଆରଜେଡି ଓ ବାମଦଳଙ୍କ ମହାଗଠବନ୍ଧନ ଭୋଟର ତାଲିକାକୁ ନେଇ ଅଧିକ ଆକ୍ରାମକ ହେଉଛି ।
ବିହାର ପାଇଁ ଏନଡିଏ ଦେବ ମିଳିତ ଇସ୍ତାହାର
୨୦୨୦ରେ ବିଜେପି, ଜେଡିୟୁ ଅଲଗା ଅଲଗା ଇସ୍ତାହାର ଦେଇଥିଲେ
ଏଥର ମିଳିତ ଇସ୍ତାହାର ଜାରି କରି ଏକତାର ବାର୍ତ୍ତା ଦେବାକୁ ପ୍ରୟାସ
ବିହାରରେ ଏନଡିଏରେ ବିଜେପି, ଜେଡିୟୁ, ଏଲଜେପି, ହମ୍ ଓ ଆରଏଲଏମ୍
‘ବିକଶିତ ଭାରତ ପାଇଁ ବିକଶିତ ବିହାର’ର ବାର୍ତ୍ତା ଦେଇ ନିର୍ବାଚନୀ ଇସ୍ତାହାର
ନିବେଶ ବୃଦ୍ଧି, ରୋଜଗାର ସୃଷ୍ଟି, ମହିଳାଙ୍କୁ ପ୍ରୋତ୍ସାହନ
ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ
ସାମିଜିକ କଲ୍ୟାଣକୁ ଗୁରୁତ୍ୱ ଦେଇ ଇସ୍ତାହାର ପ୍ରସ୍ତୁତ କରାଯାଉଛି