କନକ ବ୍ୟୁରୋ : ବିହାରରେ କଂଗ୍ରେସର ଭୋଟ୍ ଅଧିକାର ଯାତ୍ରା ଆଜି ପାଟନାରେ ଶେଷ ହେଉଛି । ଅଗଷ୍ଟ ୧୭ରେ ସାସାରାମରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ୧୪ ଦିନରେ ୧ ହଜାର ୩ଶହ କିଲୋମିଟର ଅତିକ୍ରମ କରି ପାଟନାରେ ପହଞ୍ଚିଥିବା ଯାତ୍ରାର ନେତୃତ୍ବ ନେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭୋଟର ତାଲିକା ସଂଶୋଧନରେ ବିହାରରେ ଲକ୍ଷଲକ୍ଷ ଲୋକ ବାଦ୍ ପଡ଼ିଥିବା ଅଭିଯୋଗ କରି ଲୋକଙ୍କୁ ସଚେତନ କରିବା ପାଇଁ ଭୋଟ୍ ଅଧିକାର ଯାତ୍ରା ଆୟୋଜନ କରାଯାଇଛି । ପୂର୍ବରୁ ଯାତ୍ରାରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପ୍ରମୁଖ ସାମିଲ ହୋଇଥିଲେ । ଯାତ୍ରାକୁ ବିପୁଳ ଜନସମର୍ଥନ ଦେଖିବାକୁ ମିଳିଛି । ଆଜି ଯାତ୍ରା ପାଟନାର ଗାନ୍ଧୀ ମଇଦାନରୁ ଆରମ୍ଭ ହୋଇ ଆମ୍ୱେଦକର ପାର୍କ ପର୍ଯ୍ୟନ୍ତ ଯାଉଛି । ବିରୋଧୀଙ୍କ ପୋଷ୍ଟର ବ୍ୟାନରରେ ଭରିଯାଇଛି ପାଟନା । ଭୋଟ୍ ଅଧିକାର ଯାତ୍ରା ଉଦଯାପନୀ ଅବସରରେ ଏକ ବିଶାଳ ଜନସମାବେଶ ଆୟୋଜନ କରାଯାଇଛି । ଏଥିରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଇଣ୍ଡିମେଣ୍ଟର ସହଯୋଗୀ ଦଳ ଆରଜେଡି ନେତା ତେଜସ୍ୱୀ ଯାଦବ, ସିପିଆଇ ନେତା ଡି. ରାଜା, ସିପିଏମ୍ ନେତା ଏମ୍.ଏ ବେବି, ସିପିଆଇ-ଏମଏଲ ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଶିବସେନା ଯୁବିଟି ନେତା ସଞ୍ଜୟ ରାଉତ, ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ଟିଏମସି ନେତା ୟୁସୁଫ୍ ପଠାନ, ଲଳିତେଶ ତ୍ରିପାଠୀ ପ୍ରମୁଖ ଯୋଗଦେଇଛନ୍ତି ।
ଭୋଟ୍ ଅଧିକାର ଯାତ୍ରାର ଉଦଯାପନ
ବିହାରରେ କଂଗ୍ରେସର ଭୋଟ୍ ଅଧିକାର ଯାତ୍ରାର ଆଜି ଶେଷଦିନ
ଅଗଷ୍ଟ ୧୭ରେ ସାସାରାମରୁ ଯାତ୍ରା ଆରମ୍ଭ ହୋଇଥିଲା
୧୪ ଦିନରେ ୧,୩୦୦ କିମି ଅତିକ୍ରମ କରି ପାଟନାରେ ପହଞ୍ଚିଛି
ଯାତ୍ରାର ନେତୃତ୍ବ ନେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ
ଏସଆଇଆରରେ ବିହାରରେ ଲକ୍ଷଲକ୍ଷ ଲୋକ ବାଦ୍ ପଡ଼ିଥିବା ଅଭିଯୋଗ
ଜନସଚେତନତା ପାଇଁ କଂଗ୍ରେସର ଭୋଟ୍ ଅଧିକାର ଯାତ୍ରା
ଯାତ୍ରାରେ ଏସପି ନେତା ଅଖିଳେଶ ଯାଦବ ସାମିଲ ହୋଇଥିଲେ
ସାମିଲ ହୋଇଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ସାମିଲ ସାମିଲ ହୋଇଥିଲେ
ଆଜି ରାହୁଲ ଗାନ୍ଧୀଙ୍କ ଲମେତ ଇଣ୍ଡିମେଣ୍ଟର ବହୁ ନେତା ସାମିଲ
ପାଟନାରେ ବିଶାଳ ସମାବେଶ : ଯୋଗଦେଲେ ରାହୁଲଙ୍କ ସମେତ ଇଣ୍ଡିମେଣ୍ଟର ବହୁ ତୁଙ୍ଗ ନେତା
ଭୋଟର ତାଲିକା ସଂଶୋଧନରେ ବିହାରରେ ଲକ୍ଷଲକ୍ଷ ଲୋକ ବାଦ୍ ପଡ଼ିଥିବା ଅଭିଯୋଗ କରି ଲୋକଙ୍କୁ ସଚେତନ କରିବା ପାଇଁ ଭୋଟ୍ ଅଧିକାର ଯାତ୍ରା ଆୟୋଜନ କରାଯାଇଛି । ପୂର୍ବରୁ ଯାତ୍ରାରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପ୍ରମୁଖ ସାମିଲ ହୋଇଥିଲେ । ଯାତ୍ରାକୁ ବିପୁଳ ଜନସମର୍ଥନ ଦେଖିବାକୁ ମିଳିଛି ।
/kanak/media/media_files/2025/09/01/rahul-gandhi-1737194825-2025-09-01-15-47-25.webp)