ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତ; କହିଲେ, ଶୀର୍ଷ ଛୁଇଁବ ଉତ୍ତର-ପୂର୍ବାଞ୍ଚଳ

Advertisment

ଏହି ଦୁଇ ପ୍ରକଳ୍ପ ପାଇଁ ୩ ହଜାର ୭ କୋଟି ଟଙ୍କା ଖର୍ଚ୍ଚ ହେବ ।  ଅରୁଣାଚଳ ପ୍ରଦେଶ ରାଜଧାନୀ ଇଟାନଗରରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ୱୋଧନ କରିଥିଲେ ।  

ଏହି ଦୁଇ ପ୍ରକଳ୍ପ ପାଇଁ ୩ ହଜାର ୭ କୋଟି ଟଙ୍କା ଖର୍ଚ୍ଚ ହେବ ।  ଅରୁଣାଚଳ ପ୍ରଦେଶ ରାଜଧାନୀ ଇଟାନଗରରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ୱୋଧନ କରିଥିଲେ ।  

pti09-22-2025-000062b-2025-09-90f4fc33a4c04f67403af1b3aaa55943-scaled

କନକ ବ୍ୟୁରୋ: ଜଳବିଦ୍ୟୁତ୍ ଉତ୍ପାଦନ, ଯୋଗାଯୋଗ, ପର୍ଯ୍ୟଟନ ଓ ସାଂସ୍କୃତିକ ବିଭବରେ ଉତ୍ତର- ପୂର୍ବାଞ୍ଚଳ ରାଜ୍ୟ ଦେଶରେ ଉଦାହରଣ ହେବେ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶରେ ଏସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହିତ କିଛି ପ୍ରକଳ୍ପ ଉଦଘାଟନ କରିଛନ୍ତି । ମୋଟ୍ ୫ ହଜାର ୧୨୭ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଏସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ  ଓ ଉଦଘାଟନ କରାଯାଇଛି । ଅରୁଣାଚଳ ପ୍ରଦେଶରେ ଦୁଇଟି ବୃହତ୍ ଜଳବିଦ୍ୟୁତ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହା ମଧ୍ୟରେ ରହିଛି  ହିଓ ଏବଂ  ଟାଟୋ-୧ ଜଳ ବିଦ୍ୟୁତ୍ ପ୍ରକଳ୍ପ । ଏହି ଦୁଇ ପ୍ରକଳ୍ପ ପାଇଁ ୩ ହଜାର ୭ କୋଟି ଟଙ୍କା ଖର୍ଚ୍ଚ ହେବ ।  ଅରୁଣାଚଳ ପ୍ରଦେଶ ରାଜଧାନୀ ଇଟାନଗରରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ୱୋଧନ କରିଥିଲେ ।  ଏହାପରେ ତ୍ରିପୁରା ଯାଇଥିଲେ ମୋଦୀ ।

ତ୍ରିପୁରା ରାଜଧାନୀ ଅଗରତାଲାରେ ବିଭିନ୍ନ କାର୍ଯ୍ୟକ୍ରମ ପରେ ଅଗରତାଲାରୁ ମୋଦୀ ହେଲିକପ୍ଟର ଯୋଗେ ଉଦୟପୁର ଯାଇଥିଲେ ।  ସେଠାରେ ୫୨୪ ବର୍ଷର ପୁରୁଣା ମାତା  ତ୍ରିପୁରା ସୁନ୍ଦରୀ ମନ୍ଦିରର ପୁନଃ ବିକଶିତ ପ୍ରକଳ୍ପକୁ  ମୋଦୀ ଉଦଘାଟନ କରିଛନ୍ତି । ଏହି ମନ୍ଦିରର ବିକାଶ ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ହେଲିପ୍ୟାଡରୁ ମୋଦୀ ତ୍ରପୁରା ସୁନ୍ଦରୀ ମନ୍ଦିର ପର୍ଯ୍ୟନ୍ତ ୧୨ କିଲୋମିଟର ରୋଡ୍ ଶୋ କରିଥିଲେ ।  

ଶୀର୍ଷ ଛୁଇଁବ ଉତ୍ତର-ପୂର୍ବାଞ୍ଚଳ 

ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତ
୫, ୧୨୭ କୋଟି ଟଙ୍କାର ପ୍ରକଳ୍ପ ଉପହାର
ଏଥିରେ ୨ଟି ବୃହତ୍ ଜଳବିଦ୍ୟୁତ ପ୍ରକଳ୍ପ ରହିଛି
ଜଳବିଦ୍ୟୁତ୍ ଉତ୍ପାଦନ ଓ ଯୋଗାଯୋଗର ବିକାଶ ହେବ
ପର୍ଯ୍ୟଟନ ଓ ସାଂସ୍କୃତିକ ବିଭବର ଉଦାହରଣ ହେବ ଉତ୍ତର-ପୂର୍ବାଞ୍ଚଳ
ଅରୁଣାଚଳ ପ୍ରଦେଶ ପରେ ମୋଦୀଙ୍କ ତ୍ରିପୁରା ଗସ୍ତ
ଅଗରତାଲାରୁ ଉଦୟପୁର ପର୍ଯ୍ୟନ୍ତ ୧୨ କିମି ରୋଡ୍ ଶୋ କଲେ ମୋଦୀ
ପ୍ରସିଦ୍ଧ ତ୍ରିପୁରାସୁନ୍ଦରୀ ମନ୍ଦିରର ଉନ୍ନୟନ ପ୍ରକଳ୍ପ ଉଦଘାଟିତ 
୫୨୪ ବର୍ଷ ପୁରୁଣା ତ୍ରିପୁରାସୁନ୍ଦରୀ ମନ୍ଦିର ଉନ୍ନତି ପାଇଁ ଖର୍ଚ୍ଚ ହୋଇଛି ୭୦ କୋଟି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe