ରାଜ୍ୟସଭା ପାଇଁ ନୀତୀଶଙ୍କ ନାମାଙ୍କନ; ବିହାର ମୁଖ୍ୟମନ୍ତ୍ରୀ ଦୌଡ଼ରେ ସମ୍ରାଟ ଚୌଧୁରୀ ସର୍ବାଗ୍ରେ

Advertisment

ଜେଡିୟୁ ମୁଖ୍ୟ ଜାତୀୟ ରାଜନୀତି ମୁହାଁ ହୋଇଥିବାବେଳେ ବିହାରରେ ବିଜେପି ଶାସନ କାର୍ଯ୍ୟରେ ଅଧିକ ପ୍ରମୁଖ ଗ୍ରହଣ କରିପାରେ ବୋଲି ଅନୁମାନ କରାଯାଉଛି। ମୁଖମନ୍ତ୍ରୀ ପଦ ପାଇଁ ବିଜେପି ଦଳ ଭିତରେ ଅନେକ ନାମକୁ ନେଇ ଚର୍ଚ୍ଚା ଚାଲିଛି।

ଜେଡିୟୁ ମୁଖ୍ୟ ଜାତୀୟ ରାଜନୀତି ମୁହାଁ ହୋଇଥିବାବେଳେ ବିହାରରେ ବିଜେପି ଶାସନ କାର୍ଯ୍ୟରେ ଅଧିକ ପ୍ରମୁଖ ଗ୍ରହଣ କରିପାରେ ବୋଲି ଅନୁମାନ କରାଯାଉଛି। ମୁଖମନ୍ତ୍ରୀ ପଦ ପାଇଁ ବିଜେପି ଦଳ ଭିତରେ ଅନେକ ନାମକୁ ନେଇ ଚର୍ଚ୍ଚା ଚାଲିଛି।

nitish

nitish Photograph: (Google)

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିହାର ରାଜନୀତିର ପ୍ରମୁଖ ଚେହେରା ତଥା ରାଜ୍ୟର ରେକର୍ଡ଼ ୧୦ ଥର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ମୁଖ୍ୟମନ୍ତ୍ରୀ ଆସନ ଖାଲିକରି ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। ନୀତୀଶ ଯଦି ରାଜ୍ୟସଭାକୁ ନିର୍ବାଚିତ ହୋଇ ଯା[kନ୍ତି ତେବେ ବିହାର ରାଜନୀତିରେ ଏକ ଯୁଗର ଅନ୍ତ ଘଟିବ। ଆଗାମୀ ମୁଖ୍ୟମନ୍ତ୍ରୀ ରାଜ୍ୟ ରାଜନୀତିରେ ନୂଆ ପରବିର୍ତ୍ତନ ଆଣିବା ସହିତ ରାଜ୍ୟର ରାଜନୈତିକ ଦୃଶ୍ୟପଟକୁ ପୁନଃଆକୃତି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନୀତୀଶଙ୍କ ପ‌ରେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଏବେଠୁ ଚର୍ଚ୍ଚା ଚାଲିଛି। ଜେଡିୟୁ ମୁଖ୍ୟ ଜାତୀୟ ରାଜନୀତି ମୁହାଁ ହୋଇଥିବାବେଳେ ବିହାରରେ ବିଜେପି ଶାସନ କାର୍ଯ୍ୟରେ ଅଧିକ ପ୍ରମୁଖ ଗ୍ରହଣ କରିପାରେ ବୋଲି ଅନୁମାନ କରାଯାଉଛି। ମୁଖମନ୍ତ୍ରୀ ପଦ ପାଇଁ ବିଜେପି ଦଳ ଭିତରେ ଅନେକ ନାମକୁ ନେଇ ଚର୍ଚ୍ଚା ଚାଲିଛି। ଏ ସବୁ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସର୍ବାଗ୍ରେ ଅଛନ୍ତି। ଯଦି ବିଜେପି ହାତକୁ ମୁଖ୍ୟମନ୍ତ୍ରୀ ପଦ ଯାଏ ତାହାହେଲେ ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସୁନିଶ୍ଚିତ।

ଚୌଧୁରୀ କୁଶୱାହା ଓବିସି ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା ଭାବେ ରାଜ୍ୟ ରାଜନୀତିରେ ତାଙ୍କର ସ୍ଥାନ ଦୃଢ଼ କରିବାରେ ଲାଗିଛନ୍ତି। ଗତ କିଛି ବର୍ଷ ହେଲା ଦଳୀୟ ସଙ୍ଗଠନରେ ମଧ୍ୟ ତାଙ୍କର ଗୁରୁତ୍ବ ବଢ଼ିବାରେ ଲାଗିଛି। ଏନ୍‌ଡିଏ ସରକାରରେ ଓ ତାଙ୍କ ନୀତୀଶ କୁମାରଙ୍କ ସହିତ ଦୀର୍ଘ ଦିନ ହେଲା କାମ କରିବାରେ ତାଙ୍କ ପ୍ରଶାସନିକ ଦକ୍ଷତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପିରେ ଅନ୍ୟ ପ୍ରମୁଖ ନେତାଙ୍କ ମଧ୍ୟରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ରାୟ ଜଣେ ପ୍ରମୁଖ ଯାଦବ ନେତା ହୋଇଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କନିଷ୍ଠ ଭାବେ ଅନେକ ଦିନ ହେଲା କାମ କରିଆସୁଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ନିତ୍ୟାନ୍ଦଙ୍କ ରାୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଯଦି ଅବସ୍ଥାପିତ କରାଯାଏ ତେବେ ବିହାରର ଯାଦବ ସମୁଦାୟଙ୍କ ଭିତରେ ଏହା ଦୃଢ଼ ପ୍ରଭାବ ପକାଇବ। ଯାଦବ ସମୁଦାୟ ଆରଜେଡିର ଲାଲୁ ପ୍ରସାଦ ଯାଦବ ଓ ତେଜସ୍ବୀ ଯାଦବଙ୍କ ପରି ନେତାଙ୍କ ସପକ୍ଷରେ ରହିଆସୁଛି। ନିତ୍ୟାନନ୍ଦ ରାୟଙ୍କୁ ମୁଖ୍ୟମନ୍ତ୍ରୀ କଲେ ବିଜେପି ଆଗାମୀ ଦିନ ପାଇଁ ରାଜ୍ୟ ରାଜନୀତି ବିଶେଷ କରି ଯାଦବ ଭୋଟବ୍ୟାଙ୍କୁ ନିଜ ସପକ୍ଷରେ ଆଣିବାରେ ସଫଳ ହେବ ବୋଲି କୁହାଯାଉଛି।

ସମ୍ରାଟ ଚୌଧୁରୀ ଓ ନିତ୍ୟାନନ୍ଦ ରାୟଙ୍କ ବ୍ୟତୀତ ଦୀଲିପ ଜୟସ୍ବାଲଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଜଣେ ପ୍ରମୁଖ ଦାବିଦାର ଭାବେ ଗ୍ରହଣ କରାଯାଉଛି। ଜୟସ୍ବାଲ ବୈଶ୍ୟ (କଲୱାର) ସମୁଦାୟରୁ ଆସିଥିବାବେଳେ ତାଙ୍କର ଦୃଢ଼ ସାଙ୍ଗଠନିକ ସମର୍ଥନ ଏବଂ ତୃଣମୂଳ ସ୍ତରର ସମ୍ପର୍କ ରହିଛି। ସୀମାଞ୍ଚଳରେ ତାଙ୍କର ଗଭୀର ପ୍ରଭାବ ବିଶେଷକରି କିଶନଗଞ୍ଜକୁ ତାଙ୍କର ସବୁଠୁ ଅଧିକ ଶକ୍ତି ଭାବେ ଗ୍ରହଣ କରାଯାଏ। ସେହିପରି ପାଟନାର ଦୀଘା ନିର୍ବାଚନ ମଣ୍ଡଳୀର ୫ ଥରର ବିଧାୟକ ସଞ୍ଜୀବ ଚୌରସିଆଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ପ୍ରଭାବଶାଳୀ ନେତା ଭାବେ ଗ୍ରହଣ କରାଯାଏ। ରାଜଧାନୀ ପାଟନା ନିକଟବର୍ତ୍ତୀ ଅଞ୍ଚଳରେ ତାଙ୍କର ଦୃଢ଼ ପ୍ରଭାବ ରହିଛି। ଚୌରସିଆଙ୍କ ବାପା ଗଙ୍ଗା ପ୍ରସାଦ ମଧ୍ୟ ବିଜେପି ନେତା ଓ ସିକ୍କିମର ରାଜ୍ୟପାଳ ଥିଲେ। ଏସବୁ ନାଁକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଶେଷ ନିଷ୍ପତ୍ତି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ହାତରେ ରହିଛି। ବିହାର ଜଟିଳ ଜାତିଭିତ୍ତିକ ରାଜନୀତି, ଦୃଢ଼ ସାଙ୍ଗଠନିକ କ୍ଷମତା ଓ ଦୀର୍ଘକାଳୀନ ନିର୍ବାଚନୀ ରଣନୀତିକୁ ଳକ୍ଷ୍ୟ କରି ଦଳ କୌଣସି ନିଷ୍ପତ୍ତି ନେଇପାରେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe