କନକ ବ୍ୟୁରୋ: ପାଖେଇ ଆସୁଛି ହରିୟାଣା ବିଧାନସଭା ନିର୍ବାଚନ । ଏଥର ନିର୍ବାଚନରେ ଦେଖିବାକୁ ମିଳିବ ହାଇଭୋଲଟେଜ ଡ୍ରାମା । ହରିୟାଣା ବିଧାନସଭା ନିର୍ବାଚନରେ ଏଥର ସବୁଠୁ ଚର୍ଚ୍ଚିତ ଆସନ ରହିଛି ଜଲାନା । ଯେଉଁଠି କଂଗ୍ରେସ, ଆପ ଓ ବିଜେପି ଦେଇଛନ୍ତି ପ୍ରାର୍ଥୀ । ଦୁଇଜଣ ମହିଳା କୁସ୍ତିଯୋଦ୍ଧାଙ୍କ ସହ ମୈଦାନର ଅଛନ୍ତି ଜଣେ ପୂର୍ବତନ ଭାରତୀୟ ସନା ଅଧିକାରୀ । କଂଗ୍ରେସରୁ କୁସ୍ତିଯେୋଦ୍ଧା ଭିନେଶ ଫୋଗାଟଙ୍କୁ ଟିକେଟ ମିଳିଛି । ଯିଏକି ୨୦୨୪ ଅଲିମ୍ପିକ୍ସ ଫାଇନାଲରେ ପହଞ୍ଚିଥିଲେ । ହେଲେ ପଦକ ହାସଲ କରିବାରୁ ବିଫଳ ହୋଇଥିଲେ ।
ମାତ୍ର କେଇ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ ଫୋଗାଟ । ଯାହାକୁ ନେଇ ଦେଶବ୍ୟାପୀ ରାଜନୀତି ଜୋର ଧରିଥିଲା । ଅଲିମ୍ପିକ ଗେମ୍ସରୁ ଫେରିବା ପରେ ସେ ଏବଂ ବଜରଙ୍ଗ ପୁନିଆ ରାହୁଲ ଗାନ୍ଧୀ ସହ ସାକ୍ଷାତ କରିଥିଲେ । ପରେ କଂଗ୍ରେସରେ ଯୋଗ ଦେଇଥିଲେ । ଜାଣନ୍ତୁ ହରିୟାଣାର ଏହି ଚର୍ଚ୍ଚିତ ଆସନ ଜଲାନାରେ କେମିତି ହେବ ଏଥର ଲଢ଼େଇ ଏବଂ ଲଢୁଥିବା ପ୍ରାର୍ଥୀଙ୍କ କ୍ରୀଡା ଓ ରାଜନୀତି ଇତିହାସ କଣ ରହିଥିଲା ।
ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଜଲାନା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି । ୨୦୨୪ ପ୍ୟାରିସ୍ ଅଲମ୍ପିକ୍ସ ଫାଇନାଲରେ ପହଞ୍ଚିଥିଲେ ଭିନେଶ । ୧୦୦ ଗ୍ରାମ ଓଜନ ଅଧିକ ହେବାକୁ ସେ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ପ୍ୟାରିସରୁ ଭାରତ ଫେରିବା ପରେ କଂଗ୍ରେସରେ ମିଶିଥିଲେ ।
କଂଗ୍ରେସରୁ ହରିୟାଣାର ଜଲାନା ଆସନକୁ ଲଢିବେ ବିଜେପିର ପ୍ରାର୍ଥୀ କ୍ୟାପଟେନ ଯୋଗେଶ ବୈରାଗୀ । ସେ ହରିୟାଣାର ଜାଟ୍ ଚେହେରା ଭାବେ ଚର୍ଚ୍ଚିତ । ୭ ବର୍ଷ ତଳେ ବିଜେପିରେ ହୋଇଥିଲେ ସାମିଲ । ଭାରତୀୟ ସେନାରେ କାର୍ୟ୍ୟ କରିସାରିଛନ୍ତି । ସେନାରୁ ଅବସର ପରେ କମର୍ସିଆଲ ପାଇଲଟ୍ ହୋଇଥିଲେ କୋରୋନା ସମୟରେ ରିଲିଫ୍ କାର୍ୟ ପାଇଁ ଚର୍ଚ୍ଚାରେ ରହିଥିଲେ ।
ସେହିଭଳି ଜଲାନା ଆସନରୁ ଆମ ଆଦାମୀ ପାର୍ଟିର ପ୍ରାର୍ଥୀ ହେଉଛନ୍ତି ହରିୟାଣାର ଚର୍ଚ୍ଚତ କୁସ୍ତିଯୋଦ୍ଧା କବିତା ଦେବୀ । ସାଉଥ ଏସିଆନ କ୍ରୀଡାରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ଲୋକପ୍ରିୟ ସୋ' ଡବ୍ଲ୍ୟୁଡବ୍ଲ୍ୟୁଇରେ ସେ ଭାରତରୁ ପ୍ରତିନିଧିତ୍ୱ କରିଛନ୍ତି । ନିକଟରେ ସେ ଆମ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି । ଏଣୁ ଲୋକପ୍ରିୟତା ପାଇଁ ଭିନେସଙ୍କ ଭୋଟ୍ କାଟିପାରିନ୍ତି କବିତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/3TQVppUFlobBmK9dNd6u.jpg)