ଯୁବ ସାମ୍ବାଦିକଙ୍କୁ ଚାପୁଡ଼ା ମାରିବାକୁ ଇଚ୍ଛା ହୁଏ- ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

Advertisment

ଏବେ ଯୁବ ସାମ୍ବାଦିକମାନେ ସେହି ବରିଷ୍ଠ ସାମ୍ବାଦିକଙ୍କ ବିଷୟରେ ମଧ୍ୟ ଜାଣନ୍ତି ନାହିଁ ।

ଏବେ ଯୁବ ସାମ୍ବାଦିକମାନେ ସେହି ବରିଷ୍ଠ ସାମ୍ବାଦିକଙ୍କ ବିଷୟରେ ମଧ୍ୟ ଜାଣନ୍ତି ନାହିଁ ।

24

କନକ ବ୍ୟୁରୋ: ପୁଣି ବିବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ଯୁବ ସାମ୍ବାଦିକମାନଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ଗଣମାଧ୍ୟମ ସଂସ୍ଥା ଓ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ପରେ ରେବନ୍ଦ ଏବେ ରାଜନୈତିକ ମହଲ ଓ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତେଲୁଗୁ ଦୈନିକ ‘ନବ ତେଲେଙ୍ଗାନାର ୧୦ମ ବାର୍ଷିକ ଉତ୍ସବରେ ସେ ଯୁବ ସାମ୍ବାଦିକଙ୍କ ଭିତରେ ଶିଷ୍ଟାଚାରର ଅଭାବ ଥିବା କହିଥିଲେ । ଏବେ ଯୁବ ସାମ୍ବାଦିକମାନେ ସେହି ବରିଷ୍ଠ ସାମ୍ବାଦିକଙ୍କ ବିଷୟରେ ମଧ୍ୟ ଜାଣନ୍ତି ନାହିଁ । ଏପରିକି ସେହି ବରିଷ୍ଠ ସାମ୍ବାଦିକମାନେ ଆସିଲେ ଠିଆ ହେବାର ସାଧାରଣ ଜ୍ଞାନ ମଧ୍ୟ ସେମାନଙ୍କ ପାଖରେ ନାହିଁ । ମୁଁ ବେଳେବେଳେ ସେମାନଙ୍କୁ ଚାପୁଡ଼ା ମାରିବାକୁ ଇଚ୍ଛା କରେ। କିନ୍ତୁ ପରିସ୍ଥିତି ଓ ପଦମର୍ଯ୍ୟାଦା ମଝିରେ ଆସିଯାଏ ।

ଏହି ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ନେଇ ପ୍ରେସ୍ ଆସୋସିଏସନ୍ ସ୍ପଷ୍ଟୀକରଣ ଦାବି କରିଥିଲେ ହେଁ ରେଡ୍ଡୀ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜନୈତିକ ଦଳଗୁଡ଼ିକୁ ସେମାନଙ୍କ ସ୍ବାର୍ଥ ସାଧନ ପାଇଁ ଗଣମାଧ୍ୟମ ସଂସ୍ଥା ଆରମ୍ଭ ସମାଲୋଚନା କରିଥିଲେ । କେତେକ ଦଳ ନିଜର ଅନିୟମିତତାକୁ ଲୁଚାଇବା, ସେମାନଙ୍କ ସମ୍ପତ୍ତିକୁ ସୁରକ୍ଷା ଦେବା ଏବଂ ସେମାନଙ୍କୁ ପ୍ରଶ୍ନ କରୁଥିବା ଲୋକଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ରାଜନୈତିକ ଦଳର ମାଲିକାନାରେ ଥିବା ଗଣମାଧ୍ୟମ ସଂସ୍ଥା ଆରମ୍ଭ କରନ୍ତି ଏବଂ ଏଭଳି ଅଭ୍ୟାସ ସାମ୍ବାଦିକତାକୁ କ୍ଷତି ପହଞ୍ଚାଇଥାଏ ବୋଲି ସେ କହିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ କିଛି ସାମ୍ବାଦିକ ମୂଳତଃ ରାଜନୈତିକ କାର୍ଯ୍ୟକର୍ତ୍ତା ଏବଂ ପ୍ରକୃତ ସାମ୍ବାଦିକମାନେ ସେମାନଙ୍କଠାରୁ ନିଜକୁ ଅଲଗା ରଖିବା ଉଚିତ । ଆଜିକାଲି ଯିଏ ଅକ୍ଷର ଜାଣିନାହିଁ, ସେ କହୁଛି ମୁଁ ଜଣେ ସାମ୍ବାଦିକ । ରେଡ୍ଡୀ ସୋସିଆଲ ମିଡିଆ ଦ୍ଵାରା ପରିଚାଳିତ ଭୁଲ ସୂଚନା ବୃଦ୍ଧିକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ଅପରେସନ ସିନ୍ଦୂର ପରେ ବିଦେଶୀ ସଂସ୍ଥା ସହିତ ସହଯୋଗ କରିଥିବା ଇନଫ୍ଲୁଏକ୍ସରମାନଙ୍କୁ ନିକଟରେ ଗିରଫ କରାଯାଇଥିବା ଦର୍ଶାଇଥିଲେ ।

ଏପଟେ ବରିଷ୍ଠ ସାମ୍ବାଦିକଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ରେବନ୍ତ । ଗ୍ରାଉଣ୍ଡ୍ ରିପୋର୍ଟିଂ କରିବା ପାଇଁ ବରିଷ୍ଠ ସାମ୍ବାଦିକମାନେ ନିଜ ସ୍ବାସ୍ଥ୍ୟ ଓ ପରିବାରକୁ ବିପଦରେ ପକାଉଛନ୍ତି । ଲୋକଙ୍କ ସମସ୍ୟା ବୁଝିବା ପାଇଁ ସେମାନେ ଦୁର୍ଗମ ଅଂଚଳକୁ ଯାଆନ୍ତି ଏବଂ ସର୍ବସାଧାରଣରେ ରହି ନିଜର ତଥ୍ୟ ପ୍ରକାଶ କରିଥାନ୍ତି ବୋଲି ରେଡ୍ଡୀ ବରିଷ୍ଠ ସାମ୍ବାଦିକମାନଙ୍କୁ ପ୍ରଶଂସା କରି ଏଭଳି କିଛି କହିଛନ୍ତି ।

ସେପଟେ ୨୦୨୪ ଲୋକସଭା ନିର୍ବାଚନ ସମୟରେ ଦେଇଥିବା ଭାଷଣକୁ ନେଇ ରେବନ୍ତ ରେଡ୍ଡୀଙ୍କ ବିରୋଧରେ ହୋଇଥିବା ମାନହାନି ମାମଲାକୁ ତେଲେଙ୍ଗାନା ହାଇକୋର୍ଟ ରଦ୍ଦ କରିଛି । ତେଲେଙ୍ଗାନା ବିଜେପି ସାଧାରଣ ସମ୍ପାଦକ କାସମ ଭେଙ୍କଟେଶ୍ଵରଲୁ ଏହି ମାମଲା ଦାୟର କରିଥିଲେ । ରେଡ୍ଡୀଙ୍କ କହିଥିଲେ, ବିଜେପି କ୍ଷମତାକୁ ଆସିଲେ ସମ୍ବିଧାନ ଓ ସଂରକ୍ଷଣକୁ ଉଚ୍ଛେଦ କରିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe