କନକ ବ୍ୟୁରୋ: ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ଏଥର ନିର୍ବାଚନ ଲଢ଼ିବେନି ବୋଲି ସ୍ପଷ୍ଟ କରିଛନ୍ତି । ପ୍ରଶାନ୍ତଙ୍କ ଦ୍ବାରା ଗଠିତ ଦଳ ‘ଜନ ସୂରଜ’ ଚଳିତ ବର୍ଷ ନିର୍ବାଚନରେ ଡେବ୍ୟୁ କରିବାକୁ ଯାଉଛି । ଏନେଇ ପ୍ରଶାନ୍ତ କିଶୋର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି । ହେଲେ ନିଜେ ମୈଦାନକୁ ଓହ୍ଲାଇବେନି ବୋଲି କହିଛନ୍ତି ।
ବଡ଼କଥା ହେଉଛି ନେତା ଓ ଦଳକୁ ନେଇ ଭବିଷ୍ୟବାଣୀ କରୁଥିବା ପ୍ରଶାନ୍ତ କିଶୋର ରାଜନୀତିରେ ପାଦ ଥାପିବା ପରେ ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । ସେ କେଉଁ ଆସନରୁ ଲଢ଼ିବେ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା । ହେଲେ ଏବେ ସବୁ ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି ପ୍ରଶାନ୍ତ କିଶୋର କହିଛନ୍ତି, ଦଳର ସାଂଗଠନିକ କାର୍ଯ୍ୟ ଜାରି ରଖିବି' ନିର୍ବାଚନ ଲଢ଼ିବି ନାହିଁ ।
ପୂର୍ବରୁ, ପ୍ରଶାନ୍ତ କିଶୋର ତାଙ୍କ ଜନ୍ମସ୍ଥାନ କରଗହର କିମ୍ବା ରଘୋପୁରରୁ ନିର୍ବାଚନ ଲଢ଼ିବେ ବୋଲି ସଙ୍କେତ ଦେଇଥିଲେ । ମଙ୍ଗଳବାର ଦିନ ଦଳ ରଘୋପୁର ବିଧାନସଭା ଆସନ ପାଇଁ ଚଞ୍ଚଲ ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ କିଶୋର ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା । ଏହା ପୂର୍ବରୁ ଜନ ସୂରଜ ପ୍ରଥମ ତାଲିକାରେ ଲୋକପ୍ରିୟ ଭୋଜପୁରୀ ଗାୟକ ରିତେଶ ପାଣ୍ଡେଙ୍କୁ କରଗହରରୁ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲେ । ହେଲେ ଏବେ ଦଳର ସ୍ବାର୍ଥ ପାଇଁ ନିଜେ ବିହାର ଦଙ୍ଗଲକୁ ନଓହ୍ଲାଇବା ନିଷ୍ପତ୍ତି ଦଳକୁ ଫାଇଦା ଦେବ ନା ଅଡୁଆରେ ପକାଇବାକୁ ତାହା ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/15/53-2025-10-15-17-21-12.jpg)