କନକ ବ୍ୟୁରୋ : ଭାରତର ନାଗରିକ ହେବାର ୩ ବର୍ଷ ପୂର୍ବରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନାଁ ଭୋଟର ତାଲିକାରେ ସ୍ଥାନ ପାଇଥିଲା । ଏଥିରେ ଜାଲିଆତି ହୋଇଥିବା ଅଭିଯୋଗ କରି ପୁଲିସ ତଦନ୍ତ ପାଇଁ ଦିଲ୍ଲୀର ଏକ କୋର୍ଟରେ ଆବେଦନ କରାଯାଇଛି । କୋର୍ଟରେ ଦାଖଲ କାଗଜପତ୍ରରେ ଦର୍ଶାଯାଇଛି ଯେ ସୋନିଆ ୧୯୮୩ ମସିହା ଏପ୍ରିଲ ୩୦ ତାରିଖରେ ଭାରତର ନାଗରିକ ହୋଇଥିଲେ। କିନ୍ତୁ ଏହାର ତିନିବର୍ଷ ପୂର୍ବରୁ ୧୯୮୦ ମସିହାରେ ନୂଆଦିଲ୍ଲୀ ଭୋଟର ତାଲିକାରେ ସେନିଆ ଗାନ୍ଧୀଙ୍କ ନାଁ ସ୍ଥାନ ପାଇଥିଲା। ୧୯୮୨ରେ ନାଁ କଟିଥିଲା । ନାଗରିକତା ପାଇବା ପରେ ପୁଣି ଭୋଟର ତାଲିକାରେ ସ୍ଥାନ ପାଇଥିଲା ସୋନିଆଙ୍କ ନାଁ । ଭୋଟର ତାଲିକାରେ ନାଁ ଆସିବା, ପୁଣି କଟିବା, ପୁଣି ସ୍ଥାନ ପାଇବା ଘଟଣାରୁ ଜାଲିଆତି ହୋଇଥିବା ସନ୍ଦେହ କରି ପୁଲିସ ତଦନ୍ତ ପାଇଁ ଦିଲ୍ଲୀର ଅତିରିକ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଆବେଦନ କରାଯାଇଛି । ସେପ୍ଟେମ୍ୱର ୧୦ ତାରିଖରେ ମାମଲାର ଶୁଣାଣି ହେବ ।
ନାଗରିକ ହେବା ପୂର୍ବରୁ ଭୋଟର ତାଲିକାରେ ନାଁ !
ପୁଲିସ ତଦନ୍ତ ପାଇଁ କୋର୍ଟରେ ଆବେଦନ
୧୯୮୩ରେ ସୋନିଆ ଭାରତର ନାଗରିକ ହୋଇଥିଲେ
୧୯୮୦ରେ ଭୋଟର ତାଲିକାରେ ନାଁ ଥିଲା ସ୍ଥାନ ପାଇଥିଲା
୧୯୮୨ରେ କଟିଥିଲା, ନାଗରିକ ହେବା ପରେ ସ୍ଥାନ ପାଇଥିଲା
ଏଥିରେ ଜାଲିଆତି ହୋଇଥିବା ସନ୍ଦେହ
ପୁଲିସ ତଦନ୍ତ ଦାବି କରି ଦିଲ୍ଲୀର ଏକ ଅଦାଲତରେ ଆବେଦନ
ସେପ୍ଟେମ୍ୱର ୧୦ ତାରିଖରେ ମାମଲାର ଶୁଣାଣି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/04/65-2025-09-04-20-40-36.jpg)