ଜେଲରୁ ବାହାରିଲେ କେଜ୍ରିୱାଲ୍ । କହିଲେ ମନୋବଳ ୧୦୦ ଗୁଣ ବଢ଼ିଛି ।

Advertisment

ବର୍ଷା ସତ୍ତ୍ୱେ କେଜ୍ରିୱାଲଙ୍କୁ ସ୍ୱାଗତ କରିବାକୁ ନେତା ତଥା କର୍ମକର୍ତ୍ତା ଅନାଇ ରହିଥିଲେ ।

Updated On

ବର୍ଷା ସତ୍ତ୍ୱେ କେଜ୍ରିୱାଲଙ୍କୁ ସ୍ୱାଗତ କରିବାକୁ ନେତା ତଥା କର୍ମକର୍ତ୍ତା ଅନାଇ ରହିଥିଲେ ।

ଅଦ୍ୟତନ ହୋଇଛି
40୍େ୍େ

କନକ ନ୍ୟୁଜ: ଶେଷରେ ସୁପ୍ରିମକୋର୍ଟରୁ ଜାମିନ ପାଇ ଜେଲରୁ ବାହାରକୁ ଆସିଲେ ଦିଲ୍ଲୀ ଅରବିନ୍ଦ କେଜ୍ରିୱାଲ । ବର୍ଷା ସତ୍ତ୍ୱେ ତାଙ୍କୁ ସ୍ୱାଗତ କରିବାକୁ ନେତା ତଥା କର୍ମକର୍ତ୍ତା ଅନାଇ ରହିଥିଲେ । ୬ ମାସରୁ ଅଧିକ ସମୟ ଧରି ଜେଲରେ ରହିବା ପରେ ସେ ଜେଲରୁ ବାହାରକୁ ଆସିଥିଲେ । ଆଜି ତାଙ୍କୁ ସୁପ୍ରିମକୋର୍ଟରୁ ଅବକାରୀ ନୀତି ମାମଲାରେ ଜାମିନ ମିଳିଛି । 

ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, “ବର୍ଷା ସତ୍ତ୍ୱେ ଆପଣମାନେ ଆସିଥିବାରୁ ଆପଣମାନଙ୍କ ନିକଟରେ କୃତଜ୍ଞ । ମୁଁ ମୋ ଜୀବନରେ ଅନେକ ସଂଘର୍ଷ କରିବା ସହ କଷ୍ଟ ସହିଛି । ମୋ ଜୀବନ ଦେଶ ପାଇଁ ସମର୍ପିତ । ସତ୍ୟର ମାର୍ଗରେ ଚାଲୁଛି, ଭଗବାନ ମୋ ସହ ଅଛନ୍ତି ।” 

ବିଜେପିର ନାଁ ନନେଇ ସେ କହିଛନ୍ତି, “ଏମାନେ ମୋତେ ଜେଲରେ ଭର୍ତ୍ତି କରି ଭାବିଥିଲେ ମୋ ମନୋବଳ ଭାଙ୍ଗିଦେବେ । କିନ୍ତୁ ଜେଲରୁ ବାହାରିବା ପରେ ମୋ ମନୋବଳ ୧୦୦ ଗୁଣା ଅଧିକ ବଢ଼ିଛି।”

ସୁପ୍ରିମକୋର୍ଟଙ୍କ ଜାମିନ ପରେ ଆଜି ତିହାର ଜେଲରୁ ମୁକୁଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ମଦ ନୀତି ମାମଲାରେ କେଜରିୱାଲଙ୍କୁ ଗିରଫ କରିଥିଲା ସିବିଆଇ । ପୂର୍ବରୁ ଇଡି ଗିରଫ କରିଥିବା ମାମଲାରେ ଜାମିନ୍‌ ମିଳି ସାରିଥିଲା । ଦିଲ୍ଳୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ପ୍ରଥମେ ମାର୍ଚ୍ଚ ୨୧ ରେ ଗିରଫ କରାଯାଇଥିଲା । 

ଜୁନ୍ ୨୬ ରେ ସେ ଇଡି ହେପାଜତରେ ଥିବାବେଳେ ତାଙ୍କୁ ସିବିଆଇ ଗିରଫ କରିଥିଲା। ସପ୍ତାହ ପରେ, ଜୁଲାଇ ୧୨ ତାରିଖରେ କେଜ୍ରିୱାଲଙ୍କୁ ଇଡି ମାମଲାରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଆଜି ଜାମିନ ପ୍ରଦାନ କରିବାବେଳେ ସୁପ୍ରିମକୋର୍ଟ କେତେକ ସର୍ତ୍ତ ରଖିଛନ୍ତି । ଜେଲରୁ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ଯାଇପାରିବେନି । ଏହି ମାମଲା ସହ ଜଡିତ କୌଣସି ଆଲୋଚନା ବାହାରେ କରିବେ ନାହି । 
ତଦନ୍ତରେ ବାଧା ସୃଷ୍ଟି କରିବାକୁ ବା ସାକ୍ଷୀ ପ୍ରମାଣ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହି । ଆବଶ୍ୟକ ପଡିଲେ ସେ ଟ୍ରାଏଲ କୋର୍ଟରେ ହାଜର ହେବେ । ଯଦି ଦରକାର ପଡେ ତଦନ୍ତରେ ସହଯୋଗ କରିବେ । ଆଗକୁ ହରିୟାଣା ଓ ଜାମ୍ମୁ-କାଶ୍ମୀର ନିର୍ବାଚନ ଥିବାରୁ ଅରବିନ୍ଦ କେଜରିୱାଲଙ୍କ ଜେଲରୁ ମୁକୁଳିବା ଆପ୍ର ମନୋବଳ ବଢାଇବ ବୋଲି ଚର୍ଚ୍ଚା ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe