ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସ ଦାଖଲ କରିଥିବା ରିପୋର୍ଟରୁ ମିିଳିଲା ତଥ୍ୟ । ଜାଣନ୍ତୁ କଂଗ୍ରେସର ଭାରତ ଯୋଡ ଯାତ୍ରାରେ ଖର୍ଚ୍ଚ ହୋଇଛି କେତେ ଟଙ୍କା ?

578

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସମାପ୍ତ ହୋଇଥିବା ଭାରତ ଯୋଡ ଯାତ୍ରାକୁ ନେଇ ଏକ ବଡ ସୂଚନା ସାମ୍ନାକୁ ଆସିଛି । ୨୦୨୨-୨୩ ରେ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ କଂଗ୍ରେସ ତରଫରୁ ହୋଇଥିବା ଭାରତ ଯୋଡ ଯାତ୍ରାରେ ମୋଟ ୭୧.୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୪୫ ଦିନ ଧରି ଚାଲିଥିବା ଏହି ଯାତ୍ରା ଜାନୁଆରୀ ୩୦ ତାରିଖରେ ଶ୍ରୀନଗରରେ ସାମାପ୍ତ ହୋଇଥିଲା । ଏହି ଯାତ୍ରାରେ କଂଗ୍ରେସ ପ୍ରତିଦିନ ହାରାହାରି ୪୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ।

କଂଗ୍ରେସ ତରଫରୁ ୨୦୨୨-୨୩ ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଥିବା ବାର୍ଷିକ ଅଡିଟ୍ ରିପୋର୍ଟ ମୁତାବକ ୨୦୨୨-୨୩ରେ ନିର୍ବାଚନର ପୂର୍ବ ସର୍ବେକ୍ଷଣ ଉପରେ ମୋଟ ୪୦ କୋଟି ୧୫ ଲକ୍ଷ ୫୭୨ ଟଙ୍କା ଖର୍ଚ୍ଚ କରିଛି । ଏହାସହ ୨୦୨୨-୨୩ରେ କଂଗ୍ରେସ ପାର୍ଟିର ନିର୍ବାଚନ ଖର୍ଚ୍ଚ ୧୯୨.୫ କୋଟି ଟଙ୍କାରୁ ଅଧିକ ଥିଲା ।

ଅଡିଟର ଏହି ଅବଧୀ ମଧ୍ୟରେ କଂଗ୍ରେସ ।ପର୍ଟି ୨୦୨୨ରେ ଗୁଜରାଟ ଓ ହିମାଚଳ ପ୍ରଦେଶ ଓ ୨୦୨୩ ରେ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ନିର୍ବାଚନ ଲଢିଥିଲା । ୨୦୨୨-୨୩ ଆଥିର୍କ ବର୍ଷରେ କଂଗ୍ରେସକୁ ମୋଟ ୪୫୨.୩୦ କୋଟି ଟଙ୍କା ଚାନ୍ଦା ମିଳିଛି ।