କନକ ବ୍ୟୁରୋ: ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ୪ ଲୋକ ସଭା ଓ ୨୮ ବିଧାନସଭା ଆସନରେ ଭୋଟ ଦାନ ଚାଲିଥିବା ବେଳେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜ୍ୟର କେତେକ ନିର୍ବାଚନ ମଣ୍ଡଳୀର କେତୋଟି ବୁଥରେ ମତଦାନ ବିଳମ୍ବିତ ହୋଇଛି।

Advertisment

publive-image

ପ୍ରାଥମିକ ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ଜୟପୁରର ପାରାବେଡା ହାଇସ୍କୁଲରେ ହୋଇଥିବା ତିନୋଟି ବୁଥ୍ ମଧ୍ୟରୁ ୧୬୨ ନମ୍ବର ବୁଥରେ ଲାଗିଥିବା ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି, ଯାହାଫଳରେ ମତଦାନରେ ପାଖାପାଖି ୪୫ ମିନିଟ ବିଳମ୍ବ ହୋଇଥିବା ଜଣାପଡ଼ିଛି। କୋଟପାଡ଼ ନିର୍ବାଚନ ମଣ୍ଡଳୀରେ ୨ରୁ ୩ ଟି ବୁଥରେ ମଧ୍ୟ ଇଭଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି।

publive-image

ସେହିପରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ହାଇସ୍କୁଲରେ ହୋଇଥିବା ୨୧୧ ନମ୍ବର ବୁଥରେ ଇଭିଏମ୍ ତ୍ରୁଟି ଯୋଗୁଁ ନିର୍ବାଚନ ମତଦାନ ବିଳମ୍ବିତ ହୋଇଛି। ଏହି ସବୁ ବୁଥରେ ମତଦାତା ଧାଡ଼ିବାନ୍ଧି ମତଦାନ କରିବାକୁ ଛିଡ଼ା ହୋଇଥିବା ସୂଚନା ରହିଛି।

publive-image

ରାୟଗଡ଼ା ଜିଲ୍ଲା ଲମତାପୁଟ ବ୍ଲକର ୩ଟି ବୁଥରେ ଇଭିଏମ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଳମ୍ବିତ ହୋଇଛି ମତଦାନ। ଲମତାପୁଟ ହାଇସ୍କୁଲର ୭୭ ନଂ ବୁଥ୍, ହନୁମାନଏମ୍ଇ ସ୍କୁଲର ୬୮ ନଂ ବୁଥ୍, ଅନକାଡେଲି ୟୁପି ସ୍କୁଲର ୬୯ନଂ ବୁଥରେ ମତଦାନ ବ୍ୟାହତ ହୋଇଛି। ମାଲକାନାଗିରିର ୧୦ଟି ବୁଥରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବିତ ହୋଇଥିବାର ଖବର ଆସିଛି। ରାୟଗଡ଼ା ଜିଲ୍ଲା କାଶୀପୁରର ଗୋଡ଼ିବାଲି ୟୁପି ସ୍କୁଲର ମତଦାତାମାନେ ଭୋଟ୍ ଦେଇ ନ ପାରି ଫେରିଯାଇଥିବା ସୂଚନା ରହିଛି। ସେହିପରି ଗୁଣୁପୁର ଅନ୍ତର୍ଗତ ପଦ୍ମପୁରରେ ୧୧୨ ନଂ ବୁଥରେ ଭିଭିପାଟ ଅଚଳ ହୋଇଥିବା ଜଣାପଡିଛି। ଏ ନେଇ ରାଜ୍ୟ ମୁଖ୍ୟ ନିବର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଜଣାଇ ଦିଆଯାଇଛି।