କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରହିଛି ନବରଙ୍ଗପୁର ଲୋକସଭା ମଣ୍ଡଳି । ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ମଧ୍ୟ ବଡ ଧରଣର ଲଢେଇ ଦେଖିବାକୁ ମିଳିଛି । କାହିଁକି ନା ନବରଙ୍ଗପୁର ଲୋକସଭା କ୍ଷେତ୍ରରୁ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି. ବିଜେଡିରୁ ରମେଶ ମାଝୀ, ବିଜେପିରୁ ବଳଭଦ୍ର ମାଝୀ ନିର୍ବାଚନ ମଇଦାନରେ ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀ ଲଢେଇ ପାଇଁ ବିଜେଡି ଏଠାରେ ରମେଶ ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ନିଜର ପୁରୁଣା ସିପାହୀ ରମେଶ ମାଝୀଙ୍କୁ ପୁଣିଥରେ ସୁଯୋଗ ଦେଇଛି । ସେହିଭଳି ବିଜେଡି ଛାଡି ଗେରୁଆ ଶିବିରରେ ଏଣ୍ଟ୍ରି ମାରିଥିବା ବଳଭଦ୍ର ମାଝୀଙ୍କୁ ବିଜେପି ନବରଙ୍ଗପୁର ଆସନରେ ମୈଦାନକୁ ଓହ୍ଲାଇଛି । ୨୦୧୪ ନିର୍ବାଚନରେ ନବରଙ୍ଗପୁର ଲୋକସଭା ଅଧୀନରେ ଆସୁଥିବା ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୫ଟି ଆସନରେ ବିଜୟ ଧ୍ୱଜା ଉଡାଇଥିବା ବେଳେ କଂଗ୍ରେସ ୨ଟି ଆସନ ଅକ୍ତିଆର କରିଥିଲା । ବିଜେପି ଏଠାରେ ଖାତା ଖୋଲି ପାରିନଥିଲା । ତେବେ ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନ ବେଶ୍ ରୋଚକ ସ୍ଥିତିରେ ପହଁଚିଛି । ଜାଣନ୍ତୁ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳି ସଂପର୍କରେ ପୂରା ତଥ୍ୟ ।

Advertisment

publive-image

୨୦୧୪ର ଲଢେଇ

- ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ

- ମୋଟ ଭୋଟର ସଂଖ୍ୟା – ୧୨ ଲକ୍ଷ ୯୭ ହଜାର ୨୧୦

- ମତ ଦେଇଥିଲେ – ୧୦ଲକ୍ଷ ୨୨ ହଜାର ୧୮୭

- ଭୋଟଦାନ ହାର – ୭୮.୮୦%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ବଳଭଦ୍ର ମାଝୀ ବିଜେଡି ୩,୭୩, ୮୮୭ ୩୭% ବିଜୟୀ

ପ୍ରଦୀପ କୁମାର ମାଝୀ କଂଗ୍ରେସ ୩,୭୧, ୮୪୫ ୩୭% ପରାସ୍ତ

ପର୍ଶୁରାମ ମାଝୀ ବିଜେପି ୧,୩୮, ୪୩୦ ୧୪% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ବଳଭଦ୍ର ମାଝୀ

ଦଳ - ବିଜେଡି

ଭୋଟ - ୩,୭୩, ୮୮୭

ପ୍ରତିଶତ - ୩୭%

ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ପର୍ଶୁରାମ ମାଝୀ

ଦଳ - ବିଜେପି

ଭୋଟ - ୧,୩୮, ୪୩୦

ପ୍ରତିଶତ - ୧୪%

ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ପ୍ରଦୀପ କୁମାର ମାଝୀ

ଦଳ - କଂଗ୍ରେସ

ଭୋଟ - ୩,୭୧,୮୪୫

ପ୍ରତିଶତ - ୩୭%

ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?

- ବିଜେଡିର ବଳଭଦ୍ର ମାଝୀ ଜିତିଥିଲେ

- ୩ ଲକ୍ଷ ୭୩ ହଜାର ୮୮୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ

- କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କୁ ପରାସ୍ତ କରିଥିଲେ

- ୨ ହଜାର ୪୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ

- ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ

- ମୈଦାନରେ ଥିଲେ ମୋଟ ୪ ପ୍ରାର୍ଥୀ

- ମୋଟ ଭୋଟର ସଂଖ୍ୟା – ୧୨ ଲକ୍ଷ ୧୫ ହଜାର ୬୫୩

- ମତ ଦେଇଥିଲେ – ୭ ଲକ୍ଷ ୯୧ ହଜାର ୯୩୫

- ଭୋଟଦାନ ହାର – ୬୫%

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ଡମ୍ବରୁ ମାଝୀ ବିଜେଡି ୨,୭୮,୩୩୦ ୩୫.୧୫% ପରାସ୍ତ

ପ୍ରଦୀପ କୁମାର ମାଝୀ କଂଗ୍ରେସ ୩,୦୮,୩୦୭ ୩୮.୯୩% ବିଜୟୀ

ପର୍ଶୁରାମ ମାଝୀ ବିଜେପି ୧,୫୬,୭୮୪ ୧୯.୮% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - ଡମ୍ବରୁ ମାଝୀ

ଦଳ - ବିଜେଡି

ଭୋଟ - ୨,୭୮,୩୩୦

ପ୍ରତିଶତ - ୩୫.୧୫%

ଫଳାଫଳ - ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - ପର୍ଶୁରାମ ମାଝୀ

ଦଳ - ବିଜେପି

ଭୋଟ - ୧,୫୬,୭୮୪

ପ୍ରତିଶତ - ୧୯.୮%

ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - ପ୍ରଦୀପ କୁମାର ମାଝୀ

ଦଳ - କଂଗ୍ରେସ

ଭୋଟ - ୩,୦୮,୩୦୭

ପ୍ରତିଶତ - ୩୮.୯୩%

ଫଳାଫଳ – ବିଜୟୀ

କିଏ ମାରିଥିଲା ବାଜି?

- କଂଗ୍ରେସର ପ୍ରଦୀପ ମାଝୀ ବିଜୟୀ ହୋଇଥିଲେ

- ୩ ଲକ୍ଷ ୮ ହଜାର ୩୦୭ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ

- ବିଜେଡି ପ୍ରାର୍ଥୀ ଡମ୍ବୁରୁ ମାଝୀଙ୍କୁ ପରାସ୍ତ କରିଥିଲେ

- ୨୯ ହଜାର ୯୭୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ପ୍ରଦୀପ

- ଜଣେ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪

- ୨୦୧୪ରେ ବିଜେଡି ପ୍ରାର୍ଥୀ ବଦଳିଥିଲେ

- ଡମ୍ବୁରୁ ମାଝୀଙ୍କ ସ୍ଥାନରେ ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ କରି ଜିତିଥିଲା ବିଜେଡି

- କଂଗ୍ରେସ, ସାଂସଦ ପ୍ରଦୀପ ମାଝୀଙ୍କୁ ପୁଣି ପ୍ରାର୍ଥୀ କରି କମ୍ ଭୋଟରେ ହାରିଥିଲା

- ପର୍ଶୁରାମ ମାଝୀଙ୍କୁ ପୁଣି ପ୍ରାର୍ଥୀ କରି ତୃତୀୟରେ ରହିଥିଲା ବିଜେପି

୨୦୧୯ର ଲଢେଇ

ବିଜେଡି : ରମେଶ ମାଝୀ
କଂଗ୍ରେସ: ପ୍ରଦୀପ ମାଝୀ
ବିଜେପି : ବଳଭଦ୍ର ମାଝୀ

ବିଜେଡି : ରମେଶ ଚନ୍ଦ୍ର ମାଝୀ

- ପ୍ରଥମ ଥର ପାଇଁ ସାଂସଦ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବେ

- ଦିଲ୍ଲୀ ଲଢେଇ ପାଇଁ ବିଜେଡିର ସାଂସଦ ପ୍ରାର୍ଥୀ

- ଡାବୁଗାଁରୁ ଥରେ ଓ ଝରିଗାଁରୁ ୨ଥର ବିଧାୟକ ନିର୍ବାଚିତ

- ବିଜେଡି ସରକାରରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ରହିଛନ୍ତି

- ଯୁବ ସଙ୍ଗଠକ ଭାବେ ଜଣାଶୁଣା

କଂଗ୍ରେସ : ପ୍ରଦୀପ ମାଝୀ

- ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି

- ୨୦୦୯ରେ ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ

- ୨୦୧୪ରେ ମାତ୍ର ୨୦୦୦ ଭୋଟରେ ପରାସ୍ତ ହୋଇଥିଲେ

- ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ

- କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକାନ୍ତ ଅନୁଗତ

ବିଜେପି : ବଳଭଦ୍ର ମାଝୀ

- ୨୦୧୪ରେ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ

- ପାର୍ଲାମେଂଟ୍ର ବିଭିନ୍ନ ଷ୍ଟାଣ୍ଡିଂ କମିଟିର ସଦସ୍ୟ

- ୧୪ ମାର୍ଚ୍ଚ ୨୦୧୯ରେ ବିଜେଡିରୁ ଇସ୍ତଫା

- ୧୬ ମାର୍ଚ୍ଚରେ ବିଜେପିରେ ସାମିଲ

- ନବରଙ୍ଗପୁରରୁ ବିଜେପି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି

ମୈଦାନରେ ମହିଳା ପ୍ରାର୍ଥୀ?

- କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

- ଅନୁସୂଚିତ ଜନଜାତିଙ୍କ ପାଇଁ ଆସନ ସଂରକ୍ଷିତ ରହିଛି

- ଉମରକୋଟ, ଝରିଗାଁ, ନବରଙ୍ଗପୁର ବିଧାନସଭା କ୍ଷେତ୍ର ଏହା ଅଧୀନରେ

- ଡାବୁଗାଁ, କୋଟପାଡ, ମାଲକାନଗିରି, ଚିତ୍ରକୋଣ୍ଡାକୁ ନେଇ ନିର୍ବାଚନ ମଣ୍ଡଳୀ

- ୭ଟି ବିଧାନସଭା କ୍ଷେତ୍ରରୁ ୫ଟି ବିଜେଡି ଜିତିଥିଲା, ୨ଟିରେ କଂଗ୍ରେସ

ମୁହାଁମୁହିଁ ପ୍ରାର୍ଥୀ

- ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢିବେ ରମେଶ ମାଝୀ

- ପ୍ରଦୀପ ମାଝୀ ଥରେ ଓ ବଳଭଦ୍ର ମାଝୀ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି

- ୨୦୦୯ରେ ପ୍ରଦୀପ ଓ ୨୦୧୪ରେ ବଳଭଦ୍ର ମାଝୀ ନିର୍ବାଚିତ

ନବରଙ୍ଗପୁର ଲୋକସଭା ଆସନ

- ଏହି ଆସନରେ କଂଗ୍ରେସର ଦବଦବା ରହି ଆସିଛି

- ୨୦୧୪ରେ ପ୍ରଥମ ଥର ପାଇଁ ଆସନରେ ବିଜେଡି ଜିତିଥିଲା

- କଂଗ୍ରେସ ଏହି ଆସନରେ ୧୧ ଥର ଜିତି ନିଜ ପତିଆରା ଜାହିର କରିଥିଲା

- ଖଗପତୀ ପ୍ରଧାନ ଏହି ଆସନରୁ ସର୍ବାଧିକ ଥର ବିଜୟୀ ହୋଇଛନ୍ତି