ବ୍ରହ୍ମପୁର ଲୋକସଭା ଆସନରୁ କିଏ ମାରିବ ବାଜି ? ମୈଦାନରେ ଭୃଗୁ, ଚନ୍ଦ୍ରଶେଖର ଓ ଭି.ଚନ୍ଦ୍ରଶେଖର; କାହାକୁ ବଛିବେ ଭୋଟର, ନୂଆ ମୁହଁକୁ ନା ପୁରୁଣା ନେତାଙ୍କୁ ପୁଣି ଥରେ ଦେବେ ସୁଯୋଗ ?

224

କନକ ବ୍ୟୁରୋ: ୪ଟି ଲୋକସଭା ଓ ୨୮ଟି ବିଧାନସଭାର ନିର୍ବାଚନ ପାଇଁ ଆଜି ଓଡିଶାରେ ପଡୁଛି ପ୍ରଥମ ଭୋଟ । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ସମେତ ୨୮ଟି ବିଧାନସଭା  କ୍ଷେତ୍ରରେ ଆଜି ମତଦାନ ସାବ୍ୟସ୍ତ କରିବେ ଜନତା । ତେବେ ଏହି ୪ଟି ଲୋକସଭା ଆସନ ମଧ୍ୟରୁ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ କଡା ଟକ୍କର ଦେଖିବାକୁ ମିଳିଛି ତିନି ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ । ବିଜେପିରୁ ଭୃଗୁ ବକ୍ସିପାତ୍ର, ବିଜେଡ଼ିରୁ ଚନ୍ଦ୍ରଶେଖର ସାହୁ ଓ କଂଗ୍ରେସରୁ ଭି. ଚନ୍ଦ୍ରଶେଖର ନାଇଡ଼ୁଙ୍କୁ ମିଳିଛି ଲୋକସଭା ଟିକେଟ ।  ଚଳିତ ନିର୍ବାଚନରେ କାହା ମୁଣ୍ଡରେ ହାତୀ ସୁନାକଳଳଶ ଢ଼ାଳିବ ? ଭୋଟର ନୂଆ ମୁହଁକୁ ବାଛିବେ ନା ପୁରୁଣା ନେତାଙ୍କୁ ପୁଣି ଥରେ ସୁଯୋଗ ଦେବେ ?

କାରଣ ବ୍ରହ୍ମପୁର ଲୋକସଭା ଆସନ ଦିନେ କଂଗ୍ରେସର ଗଡ଼ ଥିଲା । କିନ୍ତୁ ଗତ ୧୦ବର୍ଷ ହେଲା ବିଜୁ ଜନତା ଦଳ ଦଖଲରେ ରହିଛି ବ୍ରହ୍ମପୁର ଲୋକସଭା ଆସନ। ୨୦୦୯ ନିର୍ବାଚନରେ ଏହି ଆସନରୁ ବର୍ତ୍ତମାନର ବିଜେଡ଼ି ଲୋକସଭା ପ୍ରାର୍ଥୀ ତଥା କ˚ଗ୍ରେସରୁ ଚନ୍ଦ୍ର ଶେଖର ସାହୁ, ବିଜେଡ଼ିରୁ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବ˚ ବିଜେପିରୁ ଭରତ ପାଇକ ପ୍ରାର୍ଥୀ ହୋଇଥିଲେ। ଆଉ ଏଥିରେ ବିଜେଡି ପ୍ରାର୍ଥୀ ସିଦ୍ଧାନ୍ତ ବିଜୟୀ ହୋଇଥିଲେ । ସେହିପରି ୨୦୧୪ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ପରିବର୍ତନ କରି ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ତାଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ୨୦୧୪ ଅନୁରୂପ ସ୍ଥିତି ଦେଖାଯାଇଥିଲା ଓ ବିଜେଡିରୁ ସିଦ୍ଧାନ୍ତ ପୁର୍ନବାର ବିଜୟୀ ହୋଇଥିଲେ । ହେଲେ ଏଥର କିନ୍ତୁ ବିଜେଡ଼ି ଦୁଇ ଥରର ସାଂସଦ ସିଦ୍ଧାନ୍ତଙ୍କୁ ଟିକେଟ ନଦେଇ ଚନ୍ଦ୍ରଶେଖର ସାହୁଙ୍କୁ ଦେଇଛି ଟିକେଟ ।

ଚଳିତ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ କଂଗ୍ରେସ ଦେଇଛି ନୂଆ ମୁହଁ । ଆନ୍ଧ୍ରପଦେଶର ପ୍ରଖ୍ୟାତ ତଥା ଚର୍ଚ୍ଚିତ ଶିଳ୍ପପତି ଭି. ଚନ୍ଦ୍ରଶେଖର ନାଇଡ଼ୁଙ୍କୁ କଂଗ୍ରେସ ଲୋକସଭା ପ୍ରାର୍ଥୀ କରିଛି । ସୂଚନା ଅନୁସାରେ ଚନ୍ଦ୍ରଶେଖର ଭି.ଚନ୍ଦ୍ରଶେଖର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବେଶ୍ ଘନିଷ୍ଠ । ନାଇଡ଼ୁଙ୍କ ପୈତୃକ ସ୍ଥାନ ଛତ୍ରପୁର ଅଞ୍ଚଳ ହୋଇଥିଲେ ମଧ୍ୟ ପିଲାଦିନରୁ ପରିବାର ସହ ଦିଲ୍ଲୀରେ ରହୁଛନ୍ତି। ବ୍ରହ୍ମପୁର ଅଞ୍ଚଳରେ ସେ ଆଦୌ ପରିଚିତ ନ ଥିବା ଓ ରାଜନୀତିରେ ନୂଆ ମୁହଁ । ତେବେ ଚନ୍ଦ୍ରଶେଖରଙ୍କୁ ନେଇ ଭୋଟରଙ୍କ ମନରେ ଅନେକ ଆଶଙ୍କା । ଭି. ଚନ୍ଦ୍ରଶେଖରଙ୍କୁ କିପରି ଭରସା କରିବେ ଭୋଟର ? ତାଙ୍କୁ ନେଇ ବ୍ରହ୍ମପୁର ବାସୀଙ୍କ ମନରେ ଅନେକ ପ୍ରଶ୍ନ । ଅନ୍ୟପକ୍ଷରେ ବ୍ରହ୍ମପୁର ଲୋକସଭା ଆସନରେ ପ୍ରାୟ ୪୦% ତେଲୁଗୁ ଭାଷାଭାଷି ଥିବା  ଯୋଗୁଁ ନାଇଡ଼ୁଙ୍କ ପାଇଁ ରାଜନୀତି ପାଣିପାଗ ଅନୁକୂଳ ହେବ ବୋଲି କଂଗ୍ରେସ ଆଶା କରିଛି । ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ଟାର୍ଗେଟ କରି ସେ ମଇଦାନକୁ ଓହ୍ଲାଇଥିଲେ ନାଇଡ଼ୁ ।

ସେପଟେ ବ୍ରହ୍ମପୁରର ପାଇଁ ଚନ୍ଦ୍ରଶେଖର ସାହୁ ନୂଆ ମୁହଁ ନୁହେଁ । ଚଳିତ ଥର ଦୁଇ ଥରର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ କାଟି ଚନ୍ଦ୍ରଶେଖର ସାହୁଙ୍କୁ ଟିକେଟ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ।  ବ୍ରହ୍ମପୁର ଆସନରୁ ଦଳ ଚନ୍ଦ୍ରଶେଖର ସାହୁଙ୍କୁ ସାଂସଦ ପ୍ରାର୍ଥୀ କରିଛି ଦଳ  । ପୂର୍ବରୁ ଚନ୍ଦ୍ରଶେଖର କଂଗ୍ରେସ କ୍ୟାମ୍ପ ଛାଡି ବିଜେଡିରେ ଯୋଗ ଦେଇଥିଲେ । ୨୦୦୪ରେ ସେ କଂଗ୍ରେସ ପକ୍ଷରୁ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇସାରିଛନ୍ତି । ତେଣୁ ତାଙ୍କ ପାଇଁ ଚଳିତ ନିର୍ବାଚନ ଏତେ କଷ୍ଟ ହେବ ନାହିଁ । ଟିକେଟ ମିଳିବା ପରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜୁ ଜନତା ଦଳ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ରାଜନୀତିରେ ଚନ୍ଦ୍ରଶେଖର ସାହୁଙ୍କ ଦବଦବା ରହିଛି । ୨୦୧୪ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କୁ  ୩୯୮,୧୦୭ ଟି ଭୋଟ ମିଳିଥିବା ବେଳେ ଚନ୍ଦ୍ରଶୋଖ ସାହୁଙ୍କୁ ୨୭୦,୩୮୭ ଟି ଭୋଟ ମିଳିଥିଲା । ଚଳିତ ଥର ଚନ୍ଦ୍ରଶେଖର ବ୍ରହ୍ମପୁରୁରେ ଭଲ ପ୍ରଦର୍ଶନ କରିବ ଆଶା କରି ଟିକେଟ ଦେଇଛି ଦଳ । ତେବେ ନବୀନ ବାବୁଙ୍କ ଲୋକପ୍ରିୟତା ଓ ବିଜେଡି ସରକାରଙ୍କ ବିକାଶମୂଳକ କାର‌୍ୟ୍ୟ ଯୋଗୁଁ ଆଗାମୀ ନିର୍ବାଚନରେ ବିପୁଳ ଭୋଟରେ  ବିଜୟୀ ହେବେ ବୋଲି ଆଶା ବାନ୍ଧିଛନ୍ତି ନାଇଡୁୁ ।

ଅନ୍ୟପଟେ ବ୍ରହ୍ମପୁର ଆସନ ପାଇଁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ଉପରେ ଭରସା କରିଛି ଗୈରିକ ଦଳ । ଗେରୁଆ କ୍ୟାମ୍ପରୁ ଚଳିତ ଥର ଭି.ଚନ୍ଦ୍ରଶେଖର ନାଇଡ଼ୁ ଓ ଚନ୍ଦ୍ରଶେଖର ସାହୁଙ୍କ ସହ ଲଢ଼େଇ କରୁଛନ୍ତି  ଭୃଗୁ ବକ୍ସିପାତ୍ର । ୧୯୫୨ ବ୍ରହ୍ମପୁର ଆସନ ସୃଷ୍ଟି ହେବା ପରଠାରୁ ବିଜେପି ଥରେ ମାତ୍ର ଆସନ ଅକ୍ତିଆର କରିଛି । ୧୯୯୯ରେ ବିଜେପିର ପ୍ରାର୍ଥୀ ଅନାଦି ଚରଣ ସାହୁ ବ୍ରହ୍ମପୁରରୁ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ।