କନକ ବ୍ୟୁରୋ: ୪ ଲୋକସଭା ଏବଂ ୨୮ ବିଧାନସଭା ଆସନ ପାଇଁ ଆଜି ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ବେଳେ ମାଓବାଦୀଙ୍କ ଭୟରେ ମାଲକାନଗିରିର କୁନ୍ତୁରୁପଦର ସ୍ଥିତ ୯ଟି ୯ଟି ବୁଥରେ ଭୋଟ ଦେବା ପାଇଁ ଆସିଲେନି ଭୋଟର ।
ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସତ୍ୱେ ବି ସ୍ୱାଭିମାନ ଅଂଚଳରେ ଭୋଟ ଦେବାକୁ ଘରୁ ବାହାରିଲେ ମତଦାତା । କୁନ୍ତୁରୁପଦର ପୁଲିସ କ୍ୟାମ୍ପଠାରେ ଜିଲ୍ଲା ପ୍ରାଶାସନ ପକ୍ଷରୁ ୯ଟି ବୁଥକୁ ଏକାଠି କରାଯାଇ ମତଦାନ ଲାଗି । ଏଥିପାଇଁ କଡା ସୁରକ୍ଷବଳୟ ଭିତରେ ପୁଲିଂ ପାର୍ଟିଙ୍କୁ ମଧ୍ୟ କୁନ୍ତୁରୁପଦରରେ ପହଂଚାଯାଇଥିବା ବେଳେ ଯବାନାମାନଙ୍କୁ ବି ହେଲିକପ୍ଟର ଯୋଗେ ପଠାଯାଇଥିଲା ।
/kanak/media/post_attachments/wp-content/uploads/2019/02/bsf_story_647_091115054013_022617104111_0-300x187.jpg)
ଏପରିକି ବିଏସଫ ଯବାନମାନେ ମଧ୍ୟ ଦୀର୍ଘ ଦିନ ପୂର୍ବରୁ ସମଗ୍ର ଅଂଚଳରେ କମ୍ବିଂ ଅପରେସନ ଜୋରଦାର କରିଥିଲେ । ହେଲେ ତଥାପି କିନ୍ତୁ ଭୋଟ ଦେବାକୁ କୁନ୍ତୁରୁପଦର ଆସିଲେନି କୌଣସି ଭୋଟର । ପୂର୍ବରୁ ମାଓବାଦୀମମାନେ ଏହି ସବୁ ଅଂଚଳକୁ ଭୋଟ ବର୍ଜନ ପାଇଁ ଆହ୍ୱାନ ଦେଇଥିବା ବେଳେ ବୁଥର ଦୂରତା ଅଧିକ ଥିବାରୁ ଭୋଟ ହୋଇନଥିବା ଜଣାପଡିଛି ।